
ନୀଳଗିରି, ୧୮/୦୬/୨୧ (ଜିଲ୍ଲା ଖବର) : ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠାରୁ ୧୦ ଲକ୍ଷ ଲୁଟ। ନୀଳଗିରି ଥାନା ଦ୍ଵାରିକା ଠାରେ ବାଲେଶ୍ଵରର ଅଳଙ୍କାର ଜୁଏଲାରୀ ସପ ମାଲିକ ଦିନେସ ସାଙ୍ଗଭି ଠାରୁ ବନ୍ଧୁକ ଦେଖାଇ ଲୁଟ କରାଯାଇଛି। ଗହଣା କିଣିବାକୁ ଆସିଥିବା ବେଳେ ୯ ଜଣ ଦୁର୍ବୁତ୍ତ ଆସି ଲୁଟ କରିବା ସହ ମାଲିକଙ୍କ ପାଖରୁ ଲାଇସେନ୍ସ ବନ୍ଧୁକ, ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଛି। ନୀଳଗିରି ପୋଲିସ ଘଟଣା ତଦନ୍ତ କରି ସନ୍ଦେହରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।



