
କଟକ, ୧୮/୦୬/୨୧ (ଜିଲ୍ଲା ଖବର) : କଟକରେ ବଡ଼ ଜୁଆ ଆଡା ଉପରେ ଚଢ଼ାଉ । ମାଲଗୋଦାମ ଥାନା ଅଧୀନରେ ଥିବା ସେଟେଲମେଣ୍ଟ ଅଫିସ ନିକଟରେ ଥିବା ଏକ ବନ୍ଦ ଘରେ ଏହି ଜୁଆ ଆଡା ଚାଲିଥିଲା । 10 ଉର୍ଦ୍ଧ୍ବ ବ୍ୟକ୍ତି ଏହି ଖେଳରେ ମସଗୁଲ ଥିଲେ । ମାଲଗୋଦାମ, ପୋଲିସ ଓ ସ୍ପେସିଆଲ ସ୍କୁଆଡ଼ କଲା ଅତର୍କିତ ଚଢ଼ାଉ । ସାଢେ 4 ଲକ୍ଷ ଉଦ୍ଧ୍ଵ ଟଙ୍କା ନେଇ ଚାଲିଥିଲା ଜୁଆ ଖେଳ । ତାହା ସହ ଦାମୀ ମୋବାଇଲ ମଧ୍ୟ ଥିଲା ।
ଘଟଣା ସ୍ଥଳରେ 11 ଜଣଙ୍କୁ ଅଟକ ରଖିଛି ପୋଲିସ। ଏହାସହ 4ଟି ବାଇକ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଘଟଣା ଘଟିବା ପରେ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ଆହୁରି ମଜଭୁତ କରିଛି।



