Wednesday, November 11, 2026
Home ଆଞ୍ଚଳିକ ଆଜି ଆସିପାରେ ୟୁଜି ପିଜି ପରୀକ୍ଷା ଉପରେ ନିଷ୍ପତ୍ତି

ଆଜି ଆସିପାରେ ୟୁଜି ପିଜି ପରୀକ୍ଷା ଉପରେ ନିଷ୍ପତ୍ତି

7

୧୮/୦୬/୨୧ (ଜିଲ୍ଲା ଖବର) : ଆଜି ଆସିପାରେ ୟୁଜି ପିଜି ପରୀକ୍ଷା ଉପରେ ନିଷ୍ପତ୍ତି। କେମିତି ହେବ ମହାମାରୀ ସମୟରେ ପରୀକ୍ଷା ତାକୁ ନେଇ ବାହାରି ପାରେ ନିଷ୍କର୍ଷ। ଗତ ୧୨ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଥିଲା। ଲକଡାଉନ ସମୟରେ ପାଠପଢା ସମ୍ପର୍କରେ ଅନୁଧ୍ୟାନ କରାଯିବ। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେ ନେଇ କୁଳପତିମାନଙ୍କ ମତାମତ ନିଆଯଥିଲା।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେ ଥିବା ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସମସ୍ତ କୁଳପତି ମାନେ ଏ ନେଇ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିବା ପାଇଁ  ମଧ୍ୟ ୭ ଦିନ ର ସମୟ ଦିଆଯାଇ ଥିଲା। ଆଜି ୭ ଦିନ ଶେଷ ହେଉଛି। ଆଜି ୟୁଜି ପିଜି ପରୀକ୍ଷା କୁ ନେଇ ଛୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତିମାନେ ରଖିବେ ।