ମାରିବାକୁ ମେଡିସିନ, ବାଲେଶ୍ୱର ନୀଳଗିରିରେ ଶିଶୁଙ୍କ ଜୀବନ ସହ ଖେଳ

20

ବାଲେଶ୍ୱର,୧୮/୦୬/୨୧ (ଜିଲ୍ଲା ଖବର) : ବାଲେଶ୍ୱର ନୀଳଗିରିରେ ଶିଶୁଙ୍କ ଜୀବନ ସହ ଖେଳ। କୋଭିଡ଼ ଆକ୍ରାନ୍ତ ହୋଇଥିବା ଚାରିବର୍ଷ ପିଲାଙ୍କୁ ଦିଆଯାଉଛି ଏକ୍ସପାରି ମେଡ଼ିସିନ। ଏକ୍ସପାରି ମେଡ଼ିସିନ ଦେବା ପରେ ଘଟଣାକୁ ନେଇ ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ । ଶେଷରେ ଚାଇଲଡ଼ ଲାଇନକୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।

ନୀଳଗିରି ଅଞ୍ଚଳର କଦମ୍ବସାହି ଅଂଚଳର କଲ୍ୟାଣି ନାୟକଙ୍କ ଚାରିବର୍ଷର ଝିଅ ଅସୁସ୍ଥ ପରେ ଗତ ୯ ତାରିଖରେ ନୀଳଗିରି ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ବାଲେଶ୍ଵର ହସ୍ପିଟାଲରେ ଗୋଟିଏ ଦିନ ରହିବା ପରେ ତାଙ୍କୁ ଘରେ ସଂଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପ୍ରେସକ୍ରିପସନ ଦେଖାଇ ଡାକ୍ତରଖାନାରୁ ମେଡିସିନ ଆଣିଥିଲେ।

ଘରେ ପିଲାଟିକୁ ବାରମ୍ବାର ବାନ୍ତି ହେବାରୁ ଦିଆଯାଇଥିବା ଔଷଧ ଦେଖିବା ବେଳକୁ ତାହା ଏକ୍ସପାରି ମେଡିସିନ ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ। ଅଭିଯୋଗ ପରେ ବି କୌଣସି କାର‌୍ୟ୍ୟାନୁଷ୍ଠାନ ନହେବାରୁ  ଶେଷରେ ଚାଇଲଡ଼ ଲାଇନ ୧୦୯୮ରେ ଅଭିଯୋଗ କରିବା ପରେ ଆଜି ଘଟଣାକୁ ନେଇ ଖୋଳତାଡ଼ ଆରମ୍ବ ହୋଇଛି।