Thursday, October 15, 2026
Home ମୁଖ୍ୟ ଖବର କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

89


ଭୁବନେଶ୍ୱର (ଜିଲ୍ଲା ଖବର) : ଆଜି ସି.ଆର.ପି. କ୍ୟାମ୍ପସ ନିକଟସ୍ଥ ଜଙ୍ଗଲୀ ମହାବୀରଙ୍କ ମନ୍ଦିର ପରିସରରେ ଅନ୍ୟତମ ସ୍ବେଚ୍ଛାସେବୀ ସଙ୍ଗଠନ କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନା ସଫା କରିବା ସହ ସମସ୍ତ ଲୋକ ସମାଗମ ସ୍ଥଳଗୁଡ଼ିକ ସଫାସୁତୁରା ରଖିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଦୀପାବଳୀରେ ମା’ ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଆମେ ଯେମିତି ନିଜ ନିଜର ଘରଦ୍ୱାର ସଫାସୁତୁରା କରିଥାଉ ଠିକ୍ ସେମିତି ଆମର ଚାରିପାଖରେ ଥିବା ଦେବାଳୟ ଓ ଅନ୍ୟ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ ସ୍ଥାନଗୁଡ଼ିକର ସ୍ୱଚ୍ଛତା ଉପରେ ଆମକୁ ଧ୍ୟାନ ଦେବାକୁ ହେବ ବୋଲି କହିଥିଲେ କ୍ରାନ୍ତିବୀର ଫାଉଣ୍ଡେସନ ଆବାହକ ଆଶିଷ ଲେଙ୍କା । ଅନ୍ୟତମ ସକ୍ରିୟ ସଦସ୍ୟ କ୍ରାନ୍ତିବୀର ଜଗତଜୀବନ ଜେନା ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଜୀବନରେ ସମ୍ପନ୍ନତା ପାଇଁ ସ୍ୱଚ୍ଛତା ଅପରିହାର୍ଯ୍ୟ ବୋଲି ସେ କହିଥିଲେ । ଏଣୁ ଆମ ପୂର୍ବଜ ମୁନିଋଷିମାନେ ବିଭିନ୍ନ ପର୍ବପର୍ବାଣୀ ସହ ସ୍ୱଚ୍ଛତାକୁ ପ୍ରାଥମିକତା ଦେଇଥିଲେ ବୋଲି ଡ଼ଃ କୈଳାସ ଚନ୍ଦ୍ର ବିଶ୍ୱାଳ କହିଥିଲେ । ସ୍ୱଚ୍ଛତା କେବଳ ଜଣେ ଚାହିଁଲେ ହେବନାହିଁ, ଏଥିପାଇଁ ଆମ ସମସ୍ତଙ୍କର ସହଯୋଗ ରହିବା ଦରକାର ବୋଲି କହିଥିଲେ ଅନ୍ୟତମ ସ୍ବେଚ୍ଛାସେବୀ ଶୁଭ୍ରାଂଶୁଶେଖର ପାତ୍ର । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ, ସନ୍ଧ୍ୟାରାଣୀ ଅପା, ଶ୍ରୀଗୁରୁ ସୀତାରାମ ଶତପଥୀ, ସଞ୍ଜୀବ ମିଶ୍ର, ଇଂ ଦୀପକ ଜେନା , ପ୍ରକାଶ ମାଝୀ, ମୁକେଶ ବସ୍ତିଆ, ବିଶ୍ୱରଞ୍ଜନ ସେନାପତି, ଶୁଭ୍ରଜିତ ଦାଶ, ଦୀପକ ବରାଳ, ବିସ୍ମୟ ଦାଶ, ମନୋରଞ୍ଜନ ଖଟେଇ, କାଶୀ ବିଶ୍ୱନାଥ, ଆକାଶ ସାହୁ, ଶୁଭ୍ରାଂଶୁ ଶେଖର ଶତପଥୀ, ଦୀନବନ୍ଧୁ ଷଡ଼ଙ୍ଗୀ, ରାଧାଗୋବିନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।