
ନୂଆଦିଲ୍ଲୀ, ୧୮/୦୬/୨୧ (ଜିଲ୍ଲା ଖବର): ଦେଶର ସୈନ୍ୟ ମାନଙ୍କ ସହ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କର ବେଶ ଭଲ ସମ୍ପର୍କ ରହିଛି । ସେ ଅନେକ ସମୟରେ ସୈନ୍ୟମାନଙ୍କୁ ଭେଟନ୍ତି । ଠିକ୍ ସେମିତି ନିକଟରେ ସେ କାଶ୍ମୀରର ନିରୁ ଗ୍ରାମରେ ପହଞ୍ଚିଥିଲେ । ଏବଂ ବିଏସ୍ଏଫ୍ ଯବାନମାନଙ୍କ ସହ ଭେଟିଥିଲେ । ଇନଷ୍ଟଗ୍ରାମରେ ଏକ ଫଟୋ ସେୟାର କରି ସେ ନିଜେ ଏହାର ସୂଚନା ଦେଇଛନ୍ତି । ପୋଷ୍ଟ ସହିତ ସେ ଯବାନ ମାନଙ୍କ ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅକ୍ଷୟ କୁମାର ସେୟାର କରିଥିବା ସମସ୍ତ ଫଟୋକୁ ସମସ୍ତେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।
ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ସୀମାକୁ ରକ୍ଷା କରୁଥିବା ବିଏସ୍ଏଫ୍ ସାହସୀମାନଙ୍କ ସହିତ ଆଜି ଏକ ସ୍ମରଣୀୟ ଦିନ ବିତାଇଛି । ଏଠାକୁ ଆସିବା ସବୁବେଳେ ଏକ ଭଲ ଅନୁଭୂତି ହୋଇଥାଏ ….ପ୍ରକୃତ ହିରୋ ମାନଙ୍କୁ ଭେଟିବା ମୋ ହୃଦୟ ସମ୍ମାନ ବ୍ୟତୀତ ଆଉ କିଛି ଭରି ନଥାଏ ‘ ।
କେବଳ ଏତିକି ନୁହେଁ , ଅକ୍ଷୟ କୁମାର ନିରୁ ଗ୍ରାମରେ ଥିବା ସ୍କୁଲ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି । ତାଙ୍କର ଏପରି ପଦକ୍ଷେପକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।




