Thursday, November 12, 2026
Home ଆଞ୍ଚଳିକ କର୍କଟ ଆକ୍ରାନ୍ତ ଅରୁପାନନ୍ଦଙ୍କୁ ସହାୟତା ପାଇଁ ନିବେଦନ

କର୍କଟ ଆକ୍ରାନ୍ତ ଅରୁପାନନ୍ଦଙ୍କୁ ସହାୟତା ପାଇଁ ନିବେଦନ

125

ଜଟଣୀ,୧୭/୬(ଜିଲ୍ଲା ଖବର) : ଜଟଣୀ ପୈାରାଚଂଳ ଅଧିନସ୍ଥ ୱାର୍ଡନଂ ୧୦ରେ ରହୁଥିବା ଜଣେ ଶ୍ରମିକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସାରେ ବାଧକ ସାଜିଥିଲାି ଅର୍ଥ । ତେବେ ଏନେଇ ଖବର ପ୍ରକାଶିତ ହେବାପରେ ରାଜ୍ୟ ଓ ଜିଲାସ୍ତରରେ ଚିକିତ୍ସା ସହାୟତା ଯୋଗାଇଦେବାଲାଗି ସମାଜସେବୀମାନଙ୍କ ମଧ୍ୟସ୍ଥିରେ ଦାବି କରାଯାଇଥିଲା । ଦାବିପରେ ସିଡିଏମ ୧୫ ହଜାର ଟଙ୍କା ସହାୟତା ଯୋଗାଇଦେବାକୁ ଜିଲାପାଳ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ । ତେଣୁ ଏହି ସହାୟତା ମିଳିଥିଲା । ଅନ୍ୟପଟେ ଅରୁପାନନ୍ଦ ଗରୀବ ଅସହାୟ ବର୍ଗର ହୋଇଥିବା ବେଳେ ଚିକିତ୍ସାତ ଦୁରର କଥା ମୃତ୍ୟୁ ହିଁ ଏକମାତ୍ର ବିକଳ୍ପ ବୋଲି ସମସ୍ତଙ୍କୁ କହିବୁଲୁଥିଲେ ଅରୁପାନନ୍ଦ । ଅର୍ଥାଭାବରୁ କେମୋନେବା ବନ୍ଦ ହୋଇଯିବାରୁ ଯନ୍ତ୍ରଣା ବଢିଯାଇଥିଲାି । ଅନ୍ୟପଟେ କର୍କଟ ରୋଗଟି ଦିନକୁ ଦିନ ବଢିବା ସହିତ ରୋଗରସ୍ତର ବର୍ତମାନ ଚତୁର୍ଥ ପର୍ଯ୍ୟାୟରେ ପହଁଚିଥିବା ଡାକ୍ତର କହିଛନ୍ତି । ଫଳରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଅନ୍ୟପଟେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଲାଗି ୨ରୁ ୩ଲକ୍ଷ ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଥିବାରୁ ଅର୍ଥାଭାବରୁ ଚିକିତ୍ସା ଅବହେଳାରେ ଘରେ ବସିଥିବା କହିଛନ୍ତି ଅରୁପାନନ୍ଦଙ୍କ ପରିବାର ଲୋକେ । ଅର୍ଥଭାବରୁ ଜଟଣୀ ପୈାରାଚଂଳ ଅଧିନସ୍ଥ ୱାର୍ଡ ନଂ ୧୦ ପାଇକରାୟପୁରରେ ଦିର୍ଘଦିନଧରି ଏକ ସରକାରୀ ଜମିରେ ଅସହାୟ ତଥା ଶ୍ରମିକ ଶ୍ରେଣୀୟ ଅସହାୟ ତଥା ଭୂମିହିନ ବ୍ୟକ୍ତି ଅରୁପାନନ୍ଦ ନାୟକ ଓ ତାଙ୍କ ପରିବାର ରହିଆସୁଛନ୍ତି । ଏଠାରେ ରହି ରାଜମିସ୍ତ୍ରୀଭାବେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ ୬ମାସ ପୁର୍ବେ ଅରୁପାନନ୍ଦଙ୍କ ବେକରେ ଏକ ଛୋଟ ଘା ସୃଷ୍ଟି ହୋଇଥିଲା । ପ୍ରାଥମିକ ଚିକିତ୍ସାରମ୍ଭ କରାଯାଇଥିଲେ ମଧ୍ୟ ଘା’ ଟି ବଢିବାରେ ଲାଗିଲା । ଏନେଇ ଗତ ଫେବୃୟାରୀ ମାସରେ ଅରୁପାନନ୍ଦ ଭୂବନେଶ୍ୱର ଏମ୍ସ ହସ୍ପିଟାଲରେ ବାଇଓପସି କରିଥିଲେ । ଏମ୍ସ ପକ୍ଷରୁ ଉକ୍ତ ଘା’ଟି କର୍କଟରେ ପରିଣତ ହୋଇଥିବା କୁହାଯାଇଥିଲା । ତେଣୁ ଅରୁପାନନ୍ଦ ଏହି ରୋଗର ଯଥାଶିଘ୍ର ଚିକିତ୍ସାରମ୍ଭ କରିବାଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ଏହି ରୋଗର ଚିକିତ୍ସାପାଇଁ ଅରୁପାନନ୍ଦ କର୍କଟ ସ୍ୱତନ୍ତ୍ର ଚିକିତ୍ସକଙ୍କ ନିକଟକୁ ଯାଇଥିଲେ । ମାତ୍ର ଏଥିରେ ୨ରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ତେଣୁ ନିରାଶ ହୋଇ ପୁଣି ଏମ୍ସ ହସ୍ପିଟାଲକୁ ଯାଇଥିଲେ । କୈାଣସି କାରଣରୁ ଡାକ୍ତର ଅରୁପାନନ୍ଦଙ୍କୁ ଚିକିତ୍ସା ବିଳମ୍ବରେ ଆରମ୍ଭ ହେବ ବୋଲି କହିଥିଲେ । ଯଦି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଏ ତେବେ ଶିଘ୍ର ହୋଇଯିବ ବୋଲି କହିଥିଲେ ମାତ୍ର ଘରୋଇ ହସ୍ପିଟାଲରେ ଚିକିତ୍ସା ବାବଦରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାଖରେ କିଛି ଅର୍ଥନାହିଁ । ଅନ୍ୟପଟେ ଏହି ରୋଗଟି କାଳକ୍ରମେ ବଢିବା ସହିତ କଷ୍ଟ ବଢିବାରେ ଲାଗିଛି । ପରିବାରରେ ୧୬ ବର୍ଷର ଝିଅଟିଏ ରହିଥିବା ବେଳେ ୧୮ବର୍ଷର ପୁଅଟି ରହିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଅରୁପାନନ୍ଦ । ତେଣୁ ଅର୍ଥାଭାବକୁ ନେଇ ପରିବାରରେ ଚିନ୍ତାର କାରଣ ପାଲଟିଛି । କିଛିଦିନ ହେଲାଣି, ରୋଗ ବଢିବା କାରଣରୁ ଅରୁପାନନ୍ଦ କର୍ମକ୍ଷେତ୍ରକୁ ଯାଇପାରୁ ନାହାନ୍ତି । ଫଳରେ ପରିବାରରେ ଅଭାବ ଅନଟନ ଦେଖାଦେଲାଣି । ଅସହାୟ ଅରୁପାନନ୍ଦ ତାଙ୍କ ଶରୀରରେ ହୋଇଥିବା ରୋଗକୁ ନେଇ ଯେତିକି ଚିନ୍ତାରେ ନାହାନ୍ତି ତାଠାରୁ ଅଧିକ ଚିନ୍ତା ଘାରିଛି ପରିବାରରେ ପିଲାଛୁଆଙ୍କ ଦେଖାଶୁଣା ବୋଲି କୋହଭରା କଣ୍ଠରେ କହିଛନ୍ତି । ରୋଗ ଆରମ୍ଭରୁ ଜିଲାପାଳ,ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ସହିତ ଜିଲା ଓ ବ୍ଲକସ୍ତରରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସହଯୋଗଲାଗି ଲିଖିତଭାବେ ଜଣାଇଥିବା କହିଛନ୍ତି । ତେଣୁ ମାନ୍ୟବର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଅସହାୟ ଅରୁପାନନ୍ଦଙ୍କ ଚିକିତ୍ସାଲାଗି ସହାୟତା କରିବାକୁ ଜନଧିକାର ସଂଘ ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ,ଜନଧିକାର ସଂଘ ଖୋର୍ଦ୍ଧା ଜିଲ୍ଲା
ଉପସଭାପତି ସଞ୍ଜୀବ କୁମାର, ଜନଧିକାର କର୍ମି ହବିବୁର ରେହେମାନ,ଜନଧିକାର ସଂଘ ଉପସଭାପତି ଆଇନଜିବି ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ, ସଞ୍ଜୀବ କୁମାର ।