
ନୂଆଦିଲ୍ଲୀ, ୨୩/୧୦ : ନିର୍ବାଚନରେ ବିଜୟ ଲାଗି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି । “ଅଭିନନ୍ଦନ ଜଷ୍ଟିନ ଟ୍ରୁଡୋ! ଭାରତ ଓ କାନାଡା ସହଭାଗୀ ମୂଲ୍ୟବୋଧ ଏବଂ ଗଣତନ୍ତ୍ର ଓ ବହୁଳତାବାଦ ପ୍ରତି ଦୃଢ଼ ପ୍ରତିବଦ୍ଧତା ଦ୍ୱାରା ଯୋଡ଼ି ହୋଇ ରହିଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ମିଳିତ ଭାବେ କାର୍ୟ୍ୟ କରିବା ନିମନ୍ତେ ଆଗ୍ରହୀ” ବୋଲି ସେ କହିଛନ୍ତି ।
ସ୍ରୋତ-ପିଆବି



