
ବାଲିଗୁଡ଼ା,୧୭/୬{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଚକ୍ରମଣୀ କହ୍ନର ଙ୍କ ନେତୃତ୍ୱରେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ, ଯୁବ ନେତା ଅଶ୍ୱିନ ସାହୁ ଏବଂ ସଂଜୀବ ବରାଡ଼ଙ୍କ ଦ୍ୱାରା ଆଜି ସାନିଟାଈଜେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, କନ୍ଧମାଳ ଜିଲାରେ ଲକଡାଉନ ସାମାନ୍ୟ କୋହଳ ହୋଇଥିବାରୁ ସକାଳ 6 ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ପାଇଁ ସରକାର ପଦକ୍ଷପ ନେଇଛନ୍ତି ଏହି ପରିପକ୍ଷୀରେ କରୋନା ପ୍ରଭାବ କୁ ଦୂର କରିବା ପାଇଁ ସାନିଟାଈଜେସନ କାର୍ଯ୍ୟକ୍ରମ ଆୟୋଜିତ ହେବାସହ ତୁମୁଡିବନ୍ଧ GP ର 5 ଟି ଗ୍ରାମରେ ସୁକିଲା ଖାଦ୍ୟ ବଣ୍ଟନ କରାଯିବାସହ ଜନସାଧାରଣଙ୍କୁ ସଚେତନତା ମଧ୍ୟ କରାଯାଇଛି ଏହି କାର୍ଯ୍ୟକ୍ରମ ସାମାଜିକ ଦୂରତା ରଖି କରୋନା ମହାମାରୀ ର ସମସ୍ତ ନିୟମାବଳୀ କୁ ମାନି ଆୟୋଜନ କରାଯାଇଅଛି । ଯାହା କି ମେଡିକାଲ ଛକ ଠାରୁ ସକାଳ 8 ଘଂଟିକାରୁ ଆରମ୍ଭ ହୋଇ ତୁମୁଡିବନ୍ଧ ହାଟପଦା ପର୍ଯ୍ୟନ୍ତ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ଅଂଚଳର ସମସ୍ତ ଜନଗହଳି ସ୍ଥାନ,ବ୍ୟାଙ୍କ, ଏ ଟି ଏମ ଏବଂ ବଜାର ମଧ୍ୟରେ ଥିବା ସମସ୍ତ ଦୋକାନ ସାନିଟାଈଜ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର, ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଟ, ବ୍ଲକ ଅଧକ୍ଷ ପ୍ରକାଶ ପାତ୍ର, ଜିଲ୍ଲାପରିଷଦ ମେମ୍ବର ବାସନ୍ତୀ ପାତ୍ର, ସରପଞ୍ଚ ମୟନ୍ତୀ ପାଟମାଝି, କିସ ବ୍ଲକ ସଂଯଜକ ଦୀପକ ପାରାସେଟ, ବିଜେଡି ପଂଚାୟତ ସଭାପତି ଜିସାୟ ମଣ୍ଡଳ,ଛାତ୍ର ସଭାପତି ଧର୍ମପଦନାୟକ , ଯୁବ ସଭାପତି ପିଣ୍ଟୁ ଚାନ୍ଦ, ଛାତ୍ର ନେତା ସୁନୀଲ ପାତ୍ର, ଏବଂ ବିଜେଡି ର ଅନ୍ୟ ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ. ଏପରି ଏକ ମହାନ କାର୍ଯ୍ୟକ୍ରମ କୁ ନେଇ ସ୍ଥାନୀୟ ଜନ ସାଧାରଣ ଯୁବ ନେତା ଚିନ୍ମୟ ସାହୁ, ଅଶ୍ୱିନ ସାହୁ ଏବଂ ସଂଜୀବ ବରାଡ଼ଙ୍କୁ ବେଶ ପ୍ରଶଂସା କରିଛନ୍ତି ।







