Sunday, November 15, 2026
Home ଆଞ୍ଚଳିକ ଗୁଣୁପୁର ରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣୁପୁର ରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

16

ଗୁଣୁପୁର,୧୭/୦୬/୨୧ (ଜିଲ୍ଲା ଖବର) : ଗୁଣୁପୁର ରେ ଦେବସ୍ନାନ ପୂର୍ଣ୍ଣିମା ହେବାସହ ରଥଯାତ୍ରା ମଧ୍ୟହେବ।କିନ୍ତୁ କୋବିଡ଼ କଟକଣା ଓ ସରକାରଙ୍କ ରଥଯାତ୍ରା ପାଳନ ନିୟମ ଅନୁସାରେ କରାଯିବ।

ମନ୍ଦିର ପୂଜକ ଓ ସେବୟତ ଏବଂ ଦେବୋତ୍ତର ବିଭାଗ ମିଳିତ ବୈଠୋକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କୋଟକୋଣା ଜୋଙ୍ଗୁ ଗତବର୍ଷ ରୋଥାରୂଢ ରୋଥୋଟୋଣା ଏବଂ ଆଡ଼ପ ଦର୍ଶନ ବନ୍ଦ ଥିଲା। ଏଠାରେ ବଡ଼ମନ୍ଦିର ଏବଂ ସାନମନ୍ଦିର ଥିବାବେଳେ ୬ ଠାକୁର ପୂଜା ପାଆନ୍ତି।

ନୀତି କାନ୍ତି ଉଭୟ ମନ୍ଦିରରେ ସମାନ ହୋଇଥାୟ ଏଥର ମଧ୍ୟ ଅନୁରୂପ ଢ଼ଙ୍ଗରେ କରିବାକୁ ବୈଠୋକରେ ନିସ୍ପତି ହୋଇଛି। ରତ୍ନବେଦୀ ଛାଡି ଠାକୁର ବାହାରକୁ ଆସିବେ ହେଲେ ରଥକୁ ନଯାଇ ମନ୍ଦିର ବେଢାରେ ଅସ୍ତାଇ ମଣ୍ଡପ ରେ ୯ ଦିନ ରହିବାପରେ ରତ୍ନବେଦୀକୁ ଫେରିବେ ବୋଲି ସ୍ତିରହୋଇଛି।

ସ୍ନାନ ଯାତ୍ରା ଏବଂ ରଥଯାତ୍ରା ନିମନ୍ତେ ସମୟ ନିର୍ଘଣ୍ଟ ମଧ୍ୟ ହୋଇଛି। ଏବଂ ଅତ୍ୟାଧିକ ଭିଡ଼ନକରିବା ବିନା ଭକ୍ତ ରେ ନୀତି କରିବା ଏସବୁ ପ୍ରତି ଧ୍ୟାନ ଦିଆଯିବ ବୋଲି କମିଟି କହିଛନ୍ତି। ତେବେ ଉପଜିଲାପାଳ ସହ ଆଉଏକ ବୈଇଠକ ପରେ ସମସ୍ତ କାର୍ୟ୍ଯ ଚୂଡାନ୍ତ କରିବାକୁ ନିସ୍ପତି ହୋଇଛି।

ତହସିଲଦାର ଶରତଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମନ୍ଦିର ପୂଜକ ଏବଂ ସେବାୟତ ଉପସ୍ଥିତ ଥିଲେ।

ଗୁଣୁପୁରୁ ରୁ ରାମନାଥ ମହାନ୍ତି ,ଜିଲ୍ଲା ଖବର