Wednesday, November 11, 2026
Home ଆଞ୍ଚଳିକ ଆରମ୍ଭ ହୋଇପାରେ କଫି ଓ୍ବିଥ୍ କରନର ନୂଆ ସିଜିନ୍

ଆରମ୍ଭ ହୋଇପାରେ କଫି ଓ୍ବିଥ୍ କରନର ନୂଆ ସିଜିନ୍

9

ନୂଆଦିଲ୍ଲୀ, ୧୭/୦୬/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ ରହୁଥିବା ସେଲିବ୍ରେଟିଙ୍କ ମଧ୍ୟରେ କରନ ଜୋହରଙ୍କ ନାଁ ମଧ୍ୟ ସାମିଲ ରହିଛି । ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି । ଏକପ୍ରକାର ଫ୍ୟାନ୍ସ ମାନେ ଏହା ଦେଖିବା ପରେ ବେଶ ଖୁସି ହୋଇ ପଡିଛନ୍ତି ।

କରନ ଜୋହର ତାଙ୍କର ଲୋକପ୍ରିୟ ଚାଟ୍ ଶୋ’ କଫି ଓ୍ବିଥ୍ କରନ୍ ପୁଣି ଆରମ୍ଭ କରିବାକୁ କରିବାକୁ ଯାଉଛନ୍ତି ବୋଲି ଏକ ପୋଷ୍ଟ ସେୟାର କରି ହିଣ୍ଟସ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ କପ କଫି ସହିତ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁ ଦେଖା ଯାଉଛି । ଫ୍ୟାନ୍ସ ମାନଙ୍କୁ ଚିଡେଇବା ପାଇଁ ସେ ଲେଖିଛନ୍ତି ,’କରନ ଅନ୍ କଫି! ସିଜିନ?’ ।

ଯେମିତିକି କିଛି ଲୋକଙ୍କୁ ଜଣାଥିବ, କିଛି ଦିନ ପୂର୍ବରୁ କରନ ଜୋହର ଏକ ମଗ୍ର ଫଟୋ ସେୟାର କରିଥିଲେ  ।  ଯାହା ଉପରେ କଫି ଲେଖା ହୋଇଥିଲା । ଫଟୋ ତଳେ’ଓ୍ବିଥ୍….’  ଲେଖା ହୋଇଥିଲା । ଯାହା  ଦେଖିବା ପରେ ତାଙ୍କ ଫ୍ୟାନ୍ସ ମାନେ ବେଶ ଏକ୍ସସାଇଟେଡ ହୋଇଯାଇଥିବା ଦେଖା ଯାଇଥିଲେ । କାହିଁକି ନାଁ, ପୁଣି ଥରେ କଫି  ଓ୍ବିଥ୍ କରନ ଆସୁଥିବା କଥା ଭାବି । ହେଲେ ଏବେ ଯାଏଁ କରନ ଜୋହର କୌଣସି ସ୍ପଷ୍ଟ ଘୋଷଣା କରି ନାହାଁନ୍ତି ।