
ଭୁବନେଶ୍ୱର,୧୭/୦୬/୨୧ (ଜିଲ୍ଲା ଖବର) : ଭାରତୀୟ ହକି ଏବଂ ଓଡ଼ିଶା ହକି ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଶିକାର ହୋଇପାରନ୍ତି ଅର୍ଜୁନ ଆୱାର୍ଡ ପାଇଁ ହକ ଥିବା କିଛି ଓଡ଼ିଆ ହକି ଖେଳାଳି। ଯାହାକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି। ଏହି ଆୱାର୍ଡ ନିମନ୍ତେ କେନ୍ଦ୍ର ପକ୍ଷରୁ ୨୧ ତାରିଖ ମଧ୍ୟରେ ଖେଳାଳିଙ୍କ ନାମ ସୁପାରିଶ କରିବାକୁ କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଖେଳାଳିଙ୍କ ନାମ ସୁପାରିଶ କରିନାହାନ୍ତି।
ତେବେ ଏଯାଏ ରାଜ୍ୟ ସରକାର କଣ ପାଇଁ ଏହି ଦିଗରେ ତତ୍ପରତା ପ୍ରକାଶ କରୁନାହାନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ।


