
ଯାଜପୁର,୧୭/୦୬/୨୧ (ଜିଲ୍ଲା ଖବର) : ବେଆଇନ ତେଲ ଡିପୋ ଉପରେ ପୋଲିସର ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଠାରେ ଏହି ଚଢ଼ାଉ କରାଯାଇଛି ।
ବର୍ଷ ବର୍ଷ ଧରି ଚଣ୍ଡିଖୋଲ – ପାରାଦ୍ୱୀପ ଜାତୀୟ ରାଜପଥର ଟୋଲ ଗେଟ ନିକଟରୁ ବିଭିନ୍ନ ତୈଳ କମ୍ପାନୀର ଗାଡି ଗୁଡିକରୁ କିଛି ସ୍ଥାନୀୟ ତେଲ ମାଫିଆ ଓ ଟ୍ୟାଙ୍କର ଗାଡି ଡ୍ରାଇଭର ମାନେ ଗାଡିରୁ ତେଲ କାଢି ବିଭିନ୍ନ ସ୍ଥାନକୁ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା I ଚୋରି ହୋଇଥିବା ତେଲ ପାଖରେ ଥିବା ତେଲ ବେଆଇନ ଡିପୁରେ ଗଚ୍ଛିତ ରଖା ଯାଉଥିଲା I
ଖବର ପାଇ ଧର୍ମଶାଳା ପୋଲିସ ବେଆଇନ ଡିପୁ ଉପରେ ଚଢ଼ାଉ କରିବା ସହ 80 ଲିଟର ଡିଜେଲ ଜବତ କରିଛି I ରାସ୍ତାରୁ ଦୁଇଟି ଟ୍ୟାଙ୍କର ଗାଡି ଜବତ କରିଛି I ଡ୍ରାଇଭର ଓ ଅନ୍ୟ 3ଜଣଙ୍କୁ ଅଟକ ରଖି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି I



