Wednesday, November 11, 2026
Home ଆଞ୍ଚଳିକ ମାଇକ୍ରୋସଫ୍ଟର ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା

ମାଇକ୍ରୋସଫ୍ଟର ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା

23

୧୭/୦୬/୨୧ (ଜିଲ୍ଲା ଖବର) :  ମାଇକ୍ରୋସଫ୍ଟର ଚେୟାରମ୍ୟାନ ଭାବରେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଧଭ ସତ୍ୟ ନାଡେଲା । ବୁଧବାର ସିଇଓ ସତ୍ୟ ନାଡେଲାଙ୍କୁ ନୂତନ ଚେୟାର ମ୍ୟାନ ଭାବରେ ନିଯୁକ୍ତି ଦେଇଛି ମାଇକ୍ରୋସଫ୍ଟ । ପୂର୍ବରୁ 2014 ମସିହାରେ ସେ କମ୍ପାନୀର ସିଇଓ ଭାବରେ ଦାୟିତ୍ୱ ତୁଲାଇଥିଲେ ।

ଏହାପରେ ସେ ଲିଙ୍କଡନ୍, ନ୍ୟୁଆନ୍ସ କମ୍ୟୁନିକେସନ୍ ଏବଂ ଜେନିମାକ୍ସ ପରି ବିଲିୟନ ଡଲାରର ଅଧିଗ୍ରହଣ ସହିତ ଏହାର ବ୍ୟବସାୟକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

କମ୍ପାନୀର ଚେୟାରମ୍ୟାନ ଭାବରେ ସତ୍ୟ ନାଡେଲାଙ୍କ ନିଯୁକ୍ତି ବିଷୟରେ ମାଇକ୍ରୋସଫ୍ଟ ଏକ ବିବୃତ୍ତି ଜାରି କରିଛି। ଏହା କହିଛି ଯେ ସିଇଓ ସତ୍ୟ ନାଡେଲା ବର୍ତ୍ତମାନ ମାଇକ୍ରୋସଫ୍ଟର ନୂତନ ଚେୟାରମ୍ୟାନ୍ ହେବେ। ନାଡେଲା ପୂର୍ବରୁ ଥମ୍ପସନ୍ କମ୍ପାନୀର ଚେୟାରମ୍ୟାନ୍ ଥିଲେ।

ଏଠାରେ କହିରଖୁଛୁ ଯେ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଉ କମ୍ପାନୀର ବୋର୍ଡରେ ନାହାଁନ୍ତି । ସେ ବିଲ୍ ଏବଂ ମେଲିଣ୍ଡା ଗେଟ୍ସଙ୍କ ଅନ୍ୟ କାର୍ଯ୍ୟ ଉପରେ ଧ୍ୟାନ ଦେଉଛନ୍ତି । ମାଇକ୍ରୋସଫ୍ଟ ଏକ ଷ୍ଟେଟମେଣ୍ଟରେ କହିଛି ଯେ, ଏହି ଭୂମିକାରେ ନାଡେଲା ବୋର୍ଡ ପାଇଁ ଏଜେଣ୍ଡା ସ୍ଥିର କରିବା ପାଇଁ କାର୍ଯ୍ୟ କରିବେ ।

ସତ୍ୟ ନାଡେଲା 1967 ମସିହାରେ ଭାରତର ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପ୍ରଶାସନିକ ଅଧିକାରୀ ଏବଂ ମାତା ଜଣେ ସଂସ୍କୃତ ଅଧ୍ୟାପକ ଥିଲେ। ସେ ହାଇଦ୍ରାବାଦ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା କରିବା ପରେ 1988 ମସିହାରେ ମଣିପାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ  ଅଧ୍ୟୟନ କରିଥିଲେ । ଏହାପରେ ସେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର୍ସ କରିବାକୁ ଆମେରିକା ଯାଇଥିଲେ। ସେ 1996 ରେ ଚିକାଗୋର ବୁଥ୍ ସ୍କୁଲ୍ ଅଫ୍ ବିଜିନେସ୍ ରୁ ଏମବିଏ କରିଥିଲେ ।