Saturday, November 14, 2026
Home ଆଞ୍ଚଳିକ ପଶ୍ଚିମ ଓଡ଼ିଶା ସ୍ଥିତି ନିୟନ୍ତ୍ରଣକୁ ଆସୁଛି, ଏବେ ଫୋକସରେ ଉପକୂଳ ଓଡ଼ିଶା

ପଶ୍ଚିମ ଓଡ଼ିଶା ସ୍ଥିତି ନିୟନ୍ତ୍ରଣକୁ ଆସୁଛି, ଏବେ ଫୋକସରେ ଉପକୂଳ ଓଡ଼ିଶା

6

ଭୁବନେଶ୍ୱର, ୧୭/୦୬/୨୧ (ଜିଲ୍ଲା ଖବର) : ପଶ୍ଚିମ ଓଡ଼ିଶା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳ ଓଡ଼ିଶାକୁ ଏବେ ଫୋକସ ଦିଆଯାଉଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ବ୍ୟାପକ କରାଯିବ । ଅଫିସର, ଜିଲ୍ଲାପାଳ, ସଜାଗ ଅଛନ୍ତି । ଅଧିକ ଫୋକସ କରାଯାଉଛି ।

ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା ସଂକ୍ରମଣ । ଧୀରେ ଧୀରେ ହ୍ରାସ ପାଇବା ସ୍ୱାଭାବିକ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ବାକି ଯେଉଁ ଜିଲ୍ଲାରେ ଅଧିକ ଅଛି । ସରକାର ଯେଉଁଭଳି ପଦକ୍ଷେପ ନେଉଛନ୍ତି ଆଗକୁ କମିବ । ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର । ଯେଉଁ ଜିଲ୍ଲାରେ ଅଧିକ ରହୁଛି ଆଶ କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମିବ । ଆଇସିୟୁ ପରିଚାଳନା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।