
ନୂଆଦିଲ୍ଲୀ, ୧୭/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଲିଜା ହେଡନ ଏବେ ତାଙ୍କର ପ୍ରେଗନେନ୍ସି ସମୟକୁ ବେଶ ଏନଜଏ କରୁଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ସେ । ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ଆଜି ହେଉଛି ଲିଜା ହେଡନଙ୍କ ଜନ୍ମଦିନ । ୧୭ ଜୁନ୍ ୧୯୮୬ରେ ସେ ଜନ୍ମଗ୍ରହଣ କରିଛନ୍ତି । ଆଜି ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ଲିଜା ଜଣେ ଅଭିନେତ୍ରୀ, ମଡେଲ ହେବା ସଙ୍ଗେ ସଙ୍ଗେ ଜଣେ ଫ୍ୟାଶନ ଡିଜାଇନର ମଧ୍ୟ ।
ଦୁଇ ସନ୍ତାନର ମା’ ହେଉଛନ୍ତି ଲିଜା । ଆଉ ଏବେ ପୁଣି ଥରେ ସେ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି ।
ଅଭିନୟ ଦୁନିଆଁରେ ପାଦ ଥାପିବା ପୂର୍ବରୁ ଲିଜା ବିଜ୍ଞାପନରେ କାମ କରିଥିଲେ । ମନୋବିଜ୍ଞାନ ପାଠପଢା ସରିବା ପରେ, ସେ ମଡେଲିଂ ଆରମ୍ଭ କରିଥିଲେ । ଏହାପରେ ସେ ଅଭିନୟ ଆରମ୍ଭ କରିବା ପୂର୍ବରୁ ଅଭିନୟ ଟ୍ରେନିଂ ପାଇଁ ନ୍ୟୁୟର୍କ ଯାଇଥିଲେ ।
୨୯ ଅକ୍ଟୋବର ୨୦୧୬ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଜନ୍ମଦିନର ଢେରସାରା ଶୁଭେଚ୍ଛା ଏବଂ ଶୁଭକାମନା ।





