
ନୂଆଦିଲ୍ଲୀ, ୧୭/୦୬/୨୧ (ଜିଲ୍ଲା ଖବର) : ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ ‘କ୍ୟୁଁକି ସାସ୍ ଭି କଭି ବୋହୂ ଥୀ’ ସିରିଏଲ୍ ମାଧ୍ୟମରେ ବେଶ ପରିଚିତ ହୋଇଥିଲେ । ଏବେ ସେ ତାଙ୍କର ଏକ ଫଟୋକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ୍ ଫିଟ ଏବଂ ସ୍ମାର୍ଟ ନଜର ଆସୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଦେଖି ଜଣାପଡୁଛି , ସେ ନିଜର ଫିଟନେସ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ।
ନିକଟରେ ହୋଷ୍ଟ ମନିଷ ପଲ ଇନଷ୍ଟାଗ୍ରାମରେ ସ୍ମୃତି ଇରାନୀଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଯାହା ଫ୍ୟାନ୍ସ ମାନେ ଦେଖିବା ପରେ ଏକଦମ ଆଶ୍ଚର୍ଯ୍ୟ ହେଉଛନ୍ତି । କୁହାଯାଉଛି ଯେ, ସ୍ମୃତି ଇରାନୀ ଏବେ ଫ୍ୟାଟ ଟୁ ଫିଟ ଅଭିଯାନ ଆପଣାଇଛନ୍ତି । ଏହି ଫଟୋରେ ତାଙ୍କ ଓଜନ କମିଥିବା ଦେଖିବାକୁ ମିଳୁଛି ।
କେବଳ ଏତିକି ନୁହେଁ ,ଏହି ଫଟୋ ସେୟାର କରି ମନିଷ ଲେଖିଛନ୍ତି ଯେ, ‘ସ୍ମୃତି ଇରାନୀ ମାଡାମଙ୍କୁ ଧନ୍ୟବାଦ, କପେ କାଢା ପିଆଇବା ପାଇଁ । ମତେ ନିମନ୍ତ୍ରଣ କରି ଥିବାରୁ ଧନ୍ୟବାଦ୍ । ଫୋଟ ପାଇଁ କେବଳ ମାସ୍କ ଖୋଲା ଯାଇଥିଲା । ସମସ୍ତଙ୍କୁ ଢେର ସାରା ଭଲପାଇବା । ତାଙ୍କର ଏହି ପୋଷ୍ଟକୁ ସମସ୍ତେ ବେଶ ପସନ୍ଦ କରିବା ସହିତ, ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


