
ନୂଆଦିଲ୍ଲୀ, ୨୩/୧୦ : ୫୦ତମ ଭାରତ-ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ମୁକ୍ତାକାଶରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ସୂଚୀ ଜାରି କରାଯାଇଛି । ଆସନ୍ତା ୨୦-୨୮ ନଭେମ୍ବର, ୨୦୧୯ରେ ଭାରତ-ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ), ଗୋଆ ତାର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରୁଛି । ପ୍ରତ୍ୟେକ ବର୍ଷ ଆଇଏଫଏଫଆଇ ସିନେମା ପ୍ରେମୀଙ୍କ ପାଇଁ ମୁକ୍ତାକାଶରେ ଚଳଚ୍ଚିତ୍ର ପ୍ରଦର୍ଶନ କରୁଛି ।ମୁକ୍ତାକାଶ ସ୍କ୍ରିନିଙ୍ଗରେ ଦି ଜୟ ଅଫ ସିନେମା ଶୀର୍ଷକ ୫୦ତମ ଆଇଏଫଏଫଆଇରେ ପ୍ରଦର୍ଶିତ ହେବ । ଭାରତୀୟ ପନୋରମା ବର୍ଗରେ ଦର୍ଶକଙ୍କ ଲାଗି ହାସ୍ୟରସାତ୍ମକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏହିବର୍ଷ ୨୧ ରୁ ୨୭ ନଭେମ୍ବର, ୨୦୧୯ ପର୍ୟ୍ୟନ୍ତ ଦୁଇଟି ସ୍ଥାନରେ – ଜଗର୍ସ ପାର୍କ (ଏଲ୍ଟିନହୋ, ପାଣାଜୀ) ଏବଂ ମୀରାମର ସମୁଦ୍ର ତଟ, ପାଣାଜୀଠାରେ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ । ଜଗର୍ସ ପାର୍କରେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଏବଂ ମୀରାମର ସମୁଦ୍ର ତଟରେ ଭାରତୀୟ ପନୋରମା ବର୍ଗରେ ବଛା ବଛା ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ । ଚଳଚ୍ଚିତ୍ର ପ୍ରଦର୍ଶନ ସମସ୍ତଙ୍କ ପାଇଁ ମୁକ୍ତ ରହିବ ଏବଂ ଏଥିପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ରହିବ ନାହିଁ । ସମସ୍ତଙ୍କ ପାଇଁ ନିଃଶୁଳ୍କ ପ୍ରବେଶ ।
ଜଗର୍ସ ପାର୍କ, ଏଲ୍ଟିନହୋଠାରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରର ସୂଚୀ-ଚଲତି କା ନାମ ଗାଡି (୧୯୫୮)
ପଡୋସନ (୧୯୬୮)
ଅନ୍ଦାଜ ଆପନା ଆପନା (୧୯୯୪)
ହେରା-ଫେରି (୨୦୦୦)
ଚେନ୍ନାଇ ଏକ୍ସପ୍ରେସ (୨୦୧୩)
ବଧାଇ ହୋ (୨୦୧୮)
ଟୋଟାଲ ଧମାଲ (୨୦୧୯)
ମୀରାମର ସମୁଦ୍ର ତଟରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରର ସୂଚୀ-ନାଚୋମ-ଇୟା କମ୍ପାସର (କୋଙ୍କଣୀ)
ସୁପର ୩୦ (ହିନ୍ଦୀ)
ଆନନ୍ଦୀ ଗୋପାଳ (ମରାଠୀ)
ଉରି : ଦ ସର୍ଜିକାଲ ଷ୍ଟ୍ରାଇକ (ହିନ୍ଦୀ)
ହେଲାରୋ (ଗୁଜରାଟୀ)
ଗଲି ବୟ (ହିନ୍ଦୀ)
ଏଫ ୨ – ଫନ ଏଣ୍ଡ ଫ୍ରଷ୍ଟେସନ (ତେଲୁଗୁ)



