
୧୭/୦୬/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଭାଟେକର ପଞ୍ଚମ ସଂସ୍କରଣକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇ ଭାରତରେ ନିବେଶ ପାଇଁ ବିଶ୍ବକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଭା, ବଜାର, ପୁଞ୍ଜି, ଇକୋ ସିଷ୍ଟମ ଏବଂ ଖୋଲା ବଜାର ସଂସ୍କୃତି ଏହି 5ଟି ସ୍ତମ୍ଭ ଆଧାରରେ ଭାରତରେ ନିବେଶ ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରିତ କରିଛନ୍ତି।
ଦେଶରେ 775 ମିଲିୟନ ଇଣ୍ଟରନେଟ ଗ୍ରାହକ ଅଛନ୍ତି, ଯାହା ଦେଶର ଜନସଂଖ୍ୟାରୁ ଅଧିକ। ଦୁନିଆରେ ସବୁଠାରୁ ଅଧିକ ଏବଂ ଶସ୍ତା ଡାଟା ବ୍ୟବାହର କରୁଥିବା ଦେଶ ଭିତରେ ଭାରତ ଗୋଟିଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ବିଶ୍ବକୁ କିଭଳି ବିପଦ ଆସିଲା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିଥିଲେ। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନୂତନ ଉଦଭାବନ ଉପରେ ଗୁରୁତ୍ବ ଦେଇଥିଲେ। ମୋଦି କହିଛନ୍ତି, ଯେଉଁଠି ସମ୍ମିଳନୀ ବିଫଳ ହୋଇଛି ସେଠାରେ ନୂତନ ଉଦଭାବନ ସାହାଯ୍ୟ କରିଛି। ଡିଜିଟାଲ ଟେକ୍ନୋଲଜି ଆମକୁ ପରସ୍ପର ସହ ବାନ୍ଧି ରଖିଛି। ଡିଜିଟାଲ ଟେକ୍ନୋଲଜି ସାହାଯ୍ୟରେ ଆମେ କାମ କରିପାରୁଥିଲୁ। ଆମ ପ୍ରିୟଜନଙ୍କ ସହ କଥା ହୋଇପାରୁ ଥିଲୁ ଏବଂ ଅନ୍ୟକୁ ସାହାଯ୍ୟ ପହଞ୍ଚାଇ ପାରିଥିଲୁ। ଭାରତରେ ଆଧାର ସମୟରେ ଗରିବଙ୍କୁ ଆର୍ଥିକ ସହୟତା ପହଞ୍ଚାଇବାରେ ସହାଯ୍ୟ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତରେ ଯେତେବେଳେ ମହାମାରୀ ଆସିଥିଲା, ସେତେବେଳେ ଆମ ପାଖରେ ପର୍ଯ୍ୟାପ୍ତ ପରୀକ୍ଷଣ କ୍ଷମତା ଏବଂ ମାସ୍କ, ପିପିଇି ଏବଂ ଅନ୍ୟ ଉପକରଣର ଅଭାବ ଥିଲା। କିନ୍ତୁ ଆମର ଘରୋଇ ଉଦ୍ୟୋଗ ଏହାକୁ ଦୂର କରି ଦେଖାଇଲେ। ଯଦି ଆମେ ନୂତନ ଉଦଭାବନ କରି ନଥାନ୍ତୁ ତେବେ କୋଭିଡ ବିରୁଦ୍ଧ ଲଢେଇ ଦୁର୍ବଳ ହୋଇଥାନ୍ତା । ତେଣୁ ନୂଆ ନୂଆ ଉଦଭାବନ ଜାରି ରହିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


