Wednesday, October 14, 2026
Home ଅପରାଧ ଜଙ୍ଗଲ ଭିତରକୁ ଟେକିନେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜଙ୍ଗଲ ଭିତରକୁ ଟେକିନେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

305

କନ୍ଧମାଳ ,୧୭/୦୬/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା  ଦାରିଙ୍ଗବାଡି ବ୍ରାହ୍ମଣୀଗାଁ ଥାନା ଅଂଚଳରେ  ଜଣେ ନାବାଳିକାଙ୍କୁ   ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ  ଅଭିଯୁକ୍ତକୁ ଗିରଫ କରିଛି। ଏହାସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ ସୁଲୁମାହା କଲିଙ୍ଗୀ ଗ୍ରାମର ବିନୟ ଛାଟିଆ (୨୦) ।

ସୂଚନାନୁସାରେ,  ଗତ ୧୨ ତାରିଖ   ରାତିରେ  ନାବାଳିକା ଜଣକ ପରିସ୍ରା କରିବାକୁ ଘରୁ ବାହାରକୁ ଆସିଥିବା ସମୟରେ ଗିରଫ ହୋଇଥିବା  ବିନୟ ଛାଟିଆ ନାବାଳିକାଙ୍କୁ ଏକୁଟିଆ ଦେଖି  ଜୋର ଜବରଦସ୍ତ ଜଙ୍ଗଲ ଭିତରକୁ ଟେକିନେଇ ସାରା ରାତି ଦୁଷ୍କର୍ମ କରିଥିଲା। ଏଥିସହ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା॥ ପୀଡ଼ିତା ଜଣକ ଭୟଭୀତ ହୋଇ ପ୍ରଥମେ କାହାରିକୁ କିଛି କହି ନଥିଲା । କିନ୍ତୁ ପରେ  ଘଟଣା ସମ୍ପର୍କରେ ଘରେ ଜଣେଇବା ପରେ ପରିବାର ଲୋକେ  ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲ॥ ବ୍ରାହ୍ମଣୀଗାଁ ଥାନା ପୋଲିସ
ପୋକ୍ସ ଆକ୍ଟ ଅନୁସାରେ ମାମଲା ରୁଜୁ କରି  ଘଟଣାର ତଦନ୍ତ କରି   ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।