Thursday, November 12, 2026
Home ଆଞ୍ଚଳିକ କଟକଣା ଭିତରେ ସରିଲା ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ମା ପାର୍ବତୀଙ୍କର ହାତ ଧରିଲେ ବାବା...

କଟକଣା ଭିତରେ ସରିଲା ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ମା ପାର୍ବତୀଙ୍କର ହାତ ଧରିଲେ ବାବା ମହାଦେବ

24

ସମ୍ୱଲପୁର, ୧୭/୦୬/୨୧ (ଜିଲ୍ଲା ଖବର) : ଶେଷ ହେଲା ପ୍ରସିଦ୍ଧ ଶୀତଳ ଷଷ୍ଠୀରେ ଦେବ ଦମ୍ପତିଙ୍କ ବିବାହ।  ମଧ୍ୟରାତ୍ରରୁ ଦେବ ଦମ୍ପତ୍ତିଙ୍କ ଯୁଗଳ ବେଶର ଦର୍ଶନ କଲେ ଶ୍ରଦ୍ଧାଳୁ । ମହାଆଲତି ପରେ ଆରମ୍ଭ ହୋଇଛି ଯୁଗଳ ବେଶ । ଏହି ଯୁଗଳ ବେଶ ଦେବ ଦର୍ମ୍ପତ୍ତି ଭକ୍ତକୁ ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ଦର୍ଶନ ଦେବେ ।

ସମ୍ବଲପୁର ସହର ଝାଡୁଆପଡାର ଲୋକନାଥ ବାବା, ନନ୍ଦପଡାର ବାଲୁଙ୍କେଶ୍ଵର ବାବା , ମୁଦିପଡାର ଜାଗେଶ୍ଵର ବାବା, ବଡବଜାର ଶୀତେଲଶ୍ବର ବାବା ସହ ଅନ୍ୟ ପଡାର ଶିବ ପାର୍ବତି ଙ୍କ ଯୁଗଳ ଦର୍ଶନ ହେଉଛନ୍ତି । ଦେବ ଦମ୍ପତ୍ତି ଏହି ଯୁଗଳ ବେଶରେ ମଧ୍ୟରାତ୍ରିରେ ମହାଆଲତି ପରେ ସହର ପରିକ୍ରମା କରିଥାନ୍ତି ।

ହେଲେ ଗତ ବର୍ଷ ଓ ଚଳିତ ବର୍ଷ କୋଭିଡ କଟକଣା ଯୋଗୁ ସହର ପରିକ୍ରମା ବନ୍ଦରହିଛି ।ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ତପରେ ବିବାହ ଉତ୍ସବ ପରେ ଦେବ ଦର୍ମ୍ପତ୍ତି ଯୁଗଳ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।ସେପଟେ କୋଭିଟ ସକ୍ରମଣ କୁ ଦୃଷ୍ଟିରେ ରଖି ମଣ୍ତପରେ ମାନଙ୍କରେ ଯାତ୍ରାକମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଚି ।