Wednesday, November 11, 2026
Home ଆଞ୍ଚଳିକ ଓଲଟିଲା ଗାଡି ବୋହିନେଲେ କାଙ୍କଡ

ଓଲଟିଲା ଗାଡି ବୋହିନେଲେ କାଙ୍କଡ

20

ଭୁବନେଶ୍ୱର,୧୭/୦୬/୨୧ (ଜିଲ୍ଲା ଖବର) :  ଓହୋ.. କେତେ କାଙ୍କଡ । ଏଇଠି ଅଛି, ଏଇଠି ବି ଅଛି । ଯିଏ ଯେତେ ପାରିଲେ ବୋହି ନେଲେ। ମନଇଚ୍ଛା ନେଲେ। କେବଳ ସାଧାରଣ ଲୋକ ନୁହନ୍ତି। ପୋଲିସ ବି କାଙ୍କଡ ଗୋଟେଇ ନେଉଛି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ।

ଓଲଟିଲା ଗାଡି ବୋହିନେଲେ କାଙ୍କଡ । ରାଜଧାନୀରେ ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା ଏକ ମାଲବାହୀ ଟ୍ରକ । ଫଳରେ ଗାଡିରେ ଲୋଡ଼ ହୋଇଥିବ କାଙ୍କଡ଼କୁ ବୋହି ନେଇଯାଇଛନ୍ତି ଲୋକେ ।

ଘଟଣା ସ୍ଥଳରେ ନା ଥିଲା ସମାଜିକ ଦୁରତା ନା କେହି ମାନୁଥିଲେ କୋଭିଡ ନିୟମ । ଲୋକଙ୍କ ବୋହିବା ଦେଖି ପୋଲିସ ବି ସାଜିଲା ଦେଖଣାହାରୀ । କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିଶି ନିଜ ବ୍ୟାଗରେ କାଙ୍କଡ଼ ଗୋଟେଇ ଫୁଲ କରିବାରେ ବି ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।