
ନୂଆଦିଲ୍ଲୀ, ୧୭/୦୬/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ହେଲେ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ । ଏବେବି ପ୍ରତିଦିନ କିଛି ନାଁ କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି ।
କରୋନାର ଦ୍ବିତୀୟ ଲହରୀରେ ଅନେକ କଳାକାର କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଆଉ କିଛି କଳାକାର କରୋନାରେ ଆଖି ବୁଜିଛନ୍ତି ମଧ୍ୟ । ଖବର ଅନୁଯାୟୀ, ଏବେ ‘ଖତ୍ରୋଁ କି ଖିଲାଡି ୧୧’ ର ପ୍ରତିଯୋଗୀ ଅନୁଷ୍କା ସେନ୍ କରୋନା ସଂକ୍ରମିତ ହୋଇଛନ୍ତି । ଏହି ରିଆଲିଟି ଶୋ’ର ସୁଟିଂ ଏବେ କେପଟାଉନରେ ଚାଲିଛି ।
ରିପୋର୍ଟ ମୁତାବିକ, ଅନୁଷ୍କା ସେନଙ୍କ ଠାରେ କରୋନା ଭାଇରସର ଲକ୍ଷଣ ନାହିଁ , ତଥାପି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି ।
ଅନୁଷ୍କାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ , ଏବେ ସମସ୍ତ ପ୍ରତିଯୋଗୀ ସତର୍କ ହୋଇ ଯାଇଛନ୍ତି । ସମସ୍ତଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଛି । ହେଲେ ବାକି ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ।





