
ନୂଆଦିଲ୍ଲୀ, ୧୭/୦୬/୨୧ (ଜିଲ୍ଲା ଖବର) : ବୋତଲ ହଟିଲା,ସେୟାର ଖସିଲା । କୋଲା କମ୍ପାନୀକୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ‘ହାର୍ଟଷ୍ଟ୍ରୋକ୍’। କଲେ କିଛି ଏମିତି, କୋଲା ସଂସ୍ଥାର ଉଡିଗଲା ୪ ବିଲିୟନ ଡଲାର୍ । ଏବେ ଚର୍ଚ୍ଚା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ପ୍ରେସ କନଫରେନ୍ସକୁ ନେଇ ।
ସହର ବୁଦାପେଷ୍ଟ, ମାହୋଲ ଥିଲା ଫୁଟବଲ କ୍ରୀଡାର ଏକ ମହାପର୍ବ ୟୁଏଫା ୟୁରୋ କପ ୨୦୨୦ର । ଏଥିରେ ପର୍ତ୍ତୁଗାଲ ନିଜର ପ୍ରଥମ ମ୍ୟାଚ୍ରେ ହଙ୍ଗେରୀ ବିପକ୍ଷରେ ଖେଳିବ । ମ୍ୟାଚ୍ ପୂର୍ବରୁ ଦଳର ଷ୍ଟାର୍ ପ୍ଲେୟାର ତଥା ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ସାମ୍ବାଦିକ ସମ୍ମିଳନୀ କରୁଥାନ୍ତି । ଏତିକି ବେଳେ କରିଲେ ଏମିତି କିଛି ଯାହା ଏବେ ଘାଟାରେ ପକାଇ ଦେଇଛି । ୟୁରୋ କପର ପ୍ରାୟୋଜକ ଥିଲା କୋଲା କମ୍ପାନୀକୁ ।
ରୋନାଲ୍ଡୋ ଆସିଲେ…ବସିଲେ..ହେଲେ ସାମ୍ବାଦିକ ମାନଙ୍କୁ କିଛି କହିବା ପୂର୍ବରୁ ନିଜ ଆଗରେ ଥିବା କୋକାକୋଲା ବୋତଲ ଉପରେ ତାଙ୍କର ନଜର ପଡିଥିଲା । କେହି କିଛି ବୁଝିବା ଆଗରୁ ସେ ଦୁଇଟି ବୋତଲକୁ ନିଜ ସାମ୍ନାରୁ ହଟାଇ ଦେଇଥିଲେ । ବଦଳରେ ପାଣିକୁ ସେ ଅଧିର ପସନ୍ଦ କରନ୍ତି କହି ପାଣି ବୋତଲ ଟିଏ ଆଣି ରଖିଦେଲେ।
ଘଟଣାଟି ସାମାନ୍ୟ ଲାଗୁଛି ନା ।
ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କ୍ରିଷ୍ଟିଆନୋ ରୋନାଲ୍ଡୋ କୋଲାର ବୋତଲ ଏପଟେ ହଟାଇଲେ ସେପଟେ ସେୟାର ମାର୍କେଟ ଦୋହୋଲିଗଲା । କେଇ କ୍ଷଣ ମଧ୍ୟରେ କୋକାକୋଲାରୁ ସେୟାରା ଖସି ଆସିଲା ନିମ୍ନ ସ୍ତରକୁ । ସ୍ଥିତି ଏମିତି ହେଲା ଯେ କୋଲା କମ୍ପାନୀକୁ ୪ ବିଲିୟନ ଡଲାରର କ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।
ଏବେ ଏଇ ଘଟଣାକୁ ନେଇ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅନେକ ଫ୍ୟାନ୍ସ ସୋସିଆଲ ମିଡିଆରେ ମଜାଦାର କମେଣ୍ଟ ସବୁ କରିଛନ୍ତି ।
କିଏ ଲେଖିଛି ରୋନାଲ୍ଡୋ ପାଣିର ଗୁରୁତ୍ବ ବଢାଇଛନ୍ତି ତ କିଏ ଲେଖିଛି ଗୋଟିଏ ଗୋଟିଏ ବୋତଲ ଧରି ମାର୍କେଟ ଦୋହଲାଇ ଦେଲେ କ୍ରିଷ୍ଟିଆନୋ ।
ସେ ଯାହା ବି ହେଉ ନା କାହିଁକି…ରୋନାଲ୍ଡୋଙ୍କ ହାତରେ ବୋତଲ ହଟାଯିବା ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି ୧୨୯ ବର୍ଷ ପୁରୁଣା ବିଶ୍ବ ପ୍ରସିଦ୍ଧ କୋଲା କମ୍ପାନୀ ପାଇଁ । କମ୍ପାନୀର ସିଓ ମାନେ ଏବେ ଘାଟା ସମ୍ଭାଳିବା ପାଇଁ କରୁଛନ୍ତି ଘନ ଘନ ବୈଠକ । ଚାଲିଛି ସେଲ୍ସ ଟିମର ମିଟିଂ । ତେବେ ଆପଣ ଜାଣିଲେ ଆଶ୍ଚର୍ୟ ହେବେ କୋଲା କମ୍ପାନୀକୁ ହୋଇଥିବା ଘାଟାର ମୂଲ୍ୟ ୪ ବିଲିୟନ ଡଲାର। ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୨୯,୩୩୪ କୋଟି।


