
ନୂଆଦିଲ୍ଲୀ, ୧୭/୦୬/୨୧ (ଜିଲ୍ଲା ଖବର) : ଜଣାଶୁଣା ସିଙ୍ଗର ସୋନା ମହାପାତ୍ରଙ୍କ ଆଜି ଜନ୍ମଦିନ । ୧୭ ଜୁନ ୧୯୭୬ରେ ସେ ଜନ୍ମଗ୍ରହଣ କରିଥିଲେ । ବଲିଉଡରେ ଅନେକ ସୁପରହିଟ ଗୀତ ଭେଟି ଦେଇଛନ୍ତି ସେ । ତାଙ୍କ ଗାୟନ ଶୈଳୀକୁ ବେଶ ପସନ୍ଦ କରନ୍ତି ଦର୍ଶକ ।
ଓଡିଶାର କଟକରେ ଜନ୍ମିତ ସୋନା ମହାପାତ୍ର ,ଭୁବନେଶ୍ବରରେ ନିଜର ପାଠ ପଢିଥିଲେ । ଏହାପରେ ସେ ବିଟେକ ଏବଂ ଏମବିଏ କରିଥିଲେ । ୨୦୦୫ରେ ସେ ସଙ୍ଗୀତକାର ତଥା ନିର୍ଦ୍ଦେଶକ Ram Sampathଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ସବୁବେଳେ ଖୋଲା ହୃଦୟରେ ସେ କଥାବାର୍ତ୍ତା କରନ୍ତି । ସେ ନିଜ ପ୍ରତିଭା ବଳରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।




