
ବିଷମକଟକ,୧୬/୬(ଜିଲ୍ଲା ଖବର) : ଗଞ୍ଜେଇ ଧରିବା ଘଟଣାକୁ ନେଇ ମୁନିଗୁଡା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା ବିଶେଷ ସୂତ୍ରରୁ ଗତ କାଲି ରାତ୍ରରେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି
ତେଲେଙ୍ଗାପଦର ଗ୍ରାମ ନିକଟରୁ ଖବର ମୁତାବକ ଏକ ଟ୍ରକକୁ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ପୋଲିସ ଗାଡି ଦେଖି ଘଟଣା ସ୍ଥଳରୁ ଟ୍ରକ ଛାଡି ଡ୍ରାଇଭର ଖସି ଯିବାରେ ସକ୍ଷମ ହୋଇଥିବା ଜଣାପଡିଛି l ଉକ୍ତ ଟ୍ରକ(BR 06 GA 6144) ରୁ ଗଞ୍ଜେଇ ଥିବା ଜଣାପଡିବା ପରେ ଟ୍ରକକୁ ଯବତ କରି ଥାନାକୁ ଆଣିଥିଲେ l ଟ୍ରକରେ 4 କୁଇଣ୍ଟାଲ 40 କେଜି ବୋଲି ଜଣାପଡିବା ବେଳେ ଆନୁମାନିକ ମୂଲ୍ୟ 40 ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ତେବେ ଉକ୍ତ କେଶରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଏନେଇ ମୁନିଗୁଡା ଥାନା କେଶ ନମ୍ବର 76/21 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ମୁନିଗୁଡା ଥାନା ଅଧିକାରୀ ସୁଞାନୀ ସାହୁ।
ରିପୋର୍ଟ, ପ୍ରସନ କୁମାର ପଣ୍ଡା


