
ବାଲିଗୁଡ଼ା , 16/06 {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ଗ୍ରାମ ପାଖେ ଥିବା ଏକ ବ୍ରିଜ଼ ପାଖେ ଏକ ବୃଦ୍ଧ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇଚାଲିଯାଇଥିଲା l ଫଳରେ ସୂଚନା ପାଇବା ପରେ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳ କୁ ପହଂଚି 108 ଆମ୍ବୁଲାନ୍ସ ସାହାଯ୍ୟ ରେ ଦୁର୍ଘଟଣାଗସ୍ତ ବ୍ୟକ୍ତି କୁ ତୁମୁଡିବନ୍ଧ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର କୁ ଆଣିଥିଲେ l ମେଡିକାଲ ଆଣିବା ପରେ ସ୍ଵାସ୍ତ୍ୟ କର୍ମୀ ମାନେ ଭାଙ୍ଗିଥିବା ଗୋଡ଼ରେ ପଟି ବାନ୍ଧିଦେଇଥିଲେ l କିନ୍ତୁ କିଛି ସମୟ ପରେ ବୃଦ୍ଧ ଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା କିନ୍ତୁ ବୃଦ୍ଧ ଙ୍କ ସମ୍ପର୍କୀୟ କିଏ ନଥିଲା ତାଙ୍କୁ କୋଣସି ସେବା ମିଳୁନଥିଲା ବୃଦ୍ଧ ଙ୍କୁ ମେଡିକାଲ ଆଣି ତୁମୁଡିବନ୍ଧ ପୋଲିସ ନିଜ କାମରେ ବ୍ୟସ୍ତ ରହିଗଲା l ସୂଚନା ପାଇବା ପରେ ତୁମୁଡିବନ୍ଧ ପ୍ରେସ କ୍ଲବ ର ସଭାପତି ଶ୍ରୀ ପବିତ୍ର ଦିଗାଲ ଙ୍କ ନିର୍ଦେଶ କ୍ରମେ ପ୍ରେସ କ୍ଲବ ର ପ୍ରଳୟ ରାୟ ନାୟକ, ପ୍ରବୀଣ ପଟନାୟକ, ଧର୍ମେସ୍ ନାୟକ, ଇମନୁଏଲ ନାୟକ,ସଦସ୍ୟ ମାନେ ମେଡିକାଲ ପରିସର କୁ ଯାଇ ବୃଦ୍ଧ ଙ୍କ ସ୍ଵାସ୍ତ୍ୟବସ୍ତା ବୁଝିଥିଲେ ଏବଂ ଥାନା ଅଧିକାରୀ ଓ ମେଡିକାଲ ଅଫିସର ଙ୍କ ସହିତ ଆଲୋଚନା କରି ବୃଦ୍ଧ ଙ୍କୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ l ଏଭଳି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ଙ୍କୁ ଅଞ୍ଚଳ ବାସି ସାଧୁବାଦ ଜଣାଉଛନ୍ତି l



