
ବାଲିଗୁଡ଼ା , 16/06 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ରେ କୋରନା ର ଦ୍ୱିତୀୟ ଲହର ପ୍ରଭାବ ରେ ପ୍ରତ୍ୟେକ ଦିନ କୋରନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି |ଏଥିରେ ରୋକ ଲଗାଇବା ପାଇଁ ବାଲିଗୁଡା ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ ବାରମ୍ବାର ସଚେତନ କରାଯାଉ ଥିବା ବେଳେ କେତେକ ଅମାନିଆ ତାକୁ ମାନୁ ନ ଥିବା ନଜରକୁ ଆସିଛି |ଏହାକୁ ଦୃଷ୍ଟି ରେ ରଖି ବାଲିଗୁଡା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି |ଯାହାକୁ ବାଲିଗୁଡା ତହସିଲଦାର ସଶାଙ୍କ ଶେଖର ପାତ୍ର ଗୁରୁତର ନେଇ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି |ବାଲିଗୁଡା ସହର ରେ ଅମାନିଆ ବାଇକ ଚାଳକ ଓ ଚାରିଚକିଆ ଜାନ ଠାରୁ ଆଜି 9300 ଟଙ୍କା ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି |



