କେଏଟିଏସର ପ୍ରତିଷ୍ଟା ଦିବସ ପାଳିତ

23

କୁକୁଡାଖଣ୍ଡି, ୧୬/୮ (ଇ ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୭୩ ସ୍ୱାଧୀନତା ଦିବସ ଓ ୪୧ ତମ ମହାବିଦ୍ୟାଳୟର ପ୍ରତିଷ୍ଟା ଦିବସ ଅତ୍ୟନ୍ତ ଉସ୍ଛାହର ସହ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଛାତ୍ର ସଂସଦର ପ୍ରତିନିଧି ମାନେ ଅତ୍ୟନ୍ତ ସୁନ୍ଦରଭାବେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପତକା ଉତ୍ତୋଳନ କରିଥିଲେ। ଶେଷରେ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ନାନିତ ଅତିଥି ଭାବେ ଡା. ଧବଲ ନାହାକ, ଡା. ବିମଲ ପଣ୍ଡା ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକା ଡା ଶିବ ପ୍ରସାଦ ରାଉତ, ଡା ସ୍ୱପ୍ନା ସ୍ୱୟଂପ୍ରଭା,ଡା ସୁରମା ମିଶ୍ର,ଡା ଅଦିକାନ୍ତ ବିଶ୍ଵଲ,ଡା ଅଂଶୁମାନ ବିଶ୍ଵଲ,ଡା ଘସିରାମ ସାହୁ,ଡା ସୁବ୍ରତ ଓଝା,ଡା ଚିନ୍ମୟ ଭବାନୀ ପ୍ରସାଦ,ଡା.ସୌଭାଗ୍ୟ ମହାଳିକ, ଡା. ବିଶ୍ୱନାଥ ମିଶ୍ର,ଡା. ବିନୋଦ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ।