Monday, October 12, 2026
Home ଆଞ୍ଚଳିକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

25


ବାଲିଗୁଡା, 16/06 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସୁଲୁମାହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସୁଲୁମାହା ଗ୍ରାମର ବିନୟ ଛାଟିଆ (୨୦) ।ସୂଚନା ମୁତାବକ ଗତ ୧୨ ତାରିଖ ଦିନ ରାତି ପ୍ରାୟ ୮ଟା ସମୟରେ ପୀଡ଼ିତା ଜଣକ ଶୌଚ କରିବାକୁ ବାହାରକୁ ଆସିଥିବା ସମୟରେ ବିନୟ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ବଳ ପୂର୍ବକ ଟେକିନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଆଉ ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଫଳରେ ପୀଡ଼ିତା ଜଣକ ଭୟଭୀତ ହୋଇ ପ୍ରଥମେ କାହାରିକୁ ଜଣେଇ ନ ଥିଲା। କିନ୍ତୁ ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଏନେଇ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିର୍ତ୍ତି କରି ପୋଲିସ ଏନେଇ ପୋକ୍ସୋ ଆକ୍ଟ ଆଧାରରେ ୫୦/୨୧ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବିନୟକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ପ୍ରକାଶ କରିଛନ୍ତି।