Sunday, November 15, 2026
Home ଆଞ୍ଚଳିକ ଚନ୍ଦ୍ରପୁର ତହସିଲ ରାଜସ୍ବ ରଥ ଜରିଆରେ ଲୋକଙ୍କୁ ବାଣ୍ଟିଲେ ପ୍ରମାଣ ପତ୍ର ଓ ପଟ୍ଟା

ଚନ୍ଦ୍ରପୁର ତହସିଲ ରାଜସ୍ବ ରଥ ଜରିଆରେ ଲୋକଙ୍କୁ ବାଣ୍ଟିଲେ ପ୍ରମାଣ ପତ୍ର ଓ ପଟ୍ଟା

59

ଚନ୍ଦ୍ରପୁର,୧୬/୬(ଜିଲ୍ଲା ଖବର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ତହସିଲ ଜରିଆରେ ଚନ୍ଦ୍ରପୁର ବ୍ଲକ ଡlଙ୍ଗାସୋରଡ଼ା ସର୍କଲ ର ବୋରିଖl ଲ ଠାରେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ଚନ୍ଦ୍ରପୁର ଆରଆଇ ବାପୁନ ବେହେରା, ଡାଙ୍ଗସୋରଡ଼ା ଆରଆଇ ଅନନ୍ତ ବେହେରା, ଅମିନ ଚରିତ୍ର କୁମାର ବେହେରା ଙ୍କ ମିଳିତ ସହଯୋଗରେ ରାଜସ୍ୱ ରଥ ଜରିଆରେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଆବଶକୀୟ ବିବିଧ ପ୍ରଣାମ ପତ୍ର ଓ ପଟା ପ୍ରଦାନ କରିବା ସହ ଲୋକଙ୍କୁ କରୁନା ସଚେତନତା କରିବାସହିତ ନିବେଦନ କରିଥିଲେ ଯେ ବିନା ଆବଶ୍ୟକ ରେ ବାହାରେ ନବୁଲିବା, ହାତକୁ ସାବୁନ ରେ ଧୋଇବା, ସାନିଟାଆଇଜର ଲଗାଇବା ଓ ମାସ୍କ ଲଗାଇବା ନିମନ୍ତେ ବୁଝାଇ ଥିଲେ l ଏବଂ ଆଗାମି ଦିନରେ ଯେଉଁମାନଙ୍କ ଲିଷ୍ଟ ଅଛି ସେମାନଙ୍କୁ ମଧ୍ୟ୍ୟ ଆବଶ୍ୟକ ସେବା ଯୋଗାଇବା ନିମନ୍ତେ ତହସିଲଦାର ଶ୍ରୀ ସାବତ କହିଛନ୍ତି l

ରିପୋର୍ଟ,କୈଳାସ ମାଳବିଶୋଇ ।