Monday, November 16, 2026
Home ଆଞ୍ଚଳିକ ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଛାତ୍ରଛାତ୍ରୀ

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଛାତ୍ରଛାତ୍ରୀ

20

ଜଟଣୀ,୧୬/୬(ଜିଲ୍ଲା ଖବର) : ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ନିକଟ ଓ ବାପୁଜୀ କୁଷ୍ଠ ସଂଘ କଲୋନୀରେ ଥିବା ଗରିବ, ଅସହାୟ ଓ ନିରାଶ୍ରୟଙ୍କ ସହ କେତେକ ଛାତ୍ରଛାତ୍ରୀ ରଜ ପାଳିଛନ୍ତି। ସେମାନଙ୍କୁ ପିଠା ଦେଇ ମୁହଁରେ ହସ ଫୁଟାଇଛନ୍ତି। ସୂର୍ଯ୍ୟକାନ୍ତ ବଳିଆରସିଂହଙ୍କ ନେତୃତ୍ବରେ ସୌମ୍ୟ ପଟ୍ଟନାୟକ, ସୁଦାମ ମହାପାତ୍ର, ଦୀପ୍ତସୁନ୍ଦର ସାମନ୍ତରାୟ ସୌମ୍ୟ ଶ୍ରୀଚନ୍ଦନ, ଲିପୁ ପାଟସାହାଣୀ, ଆଶୁତୋଷ ପାଇକରାୟ କାଳନ୍ଦୀ ନାୟକ, ସଙ୍କେତ ପାଟସାହାଣୀ, ମହେଶ ମହେନ୍ଦ୍ର ଓ ଛାତ୍ରୀ ମାହେଶ୍ବରୀ କାଦମ୍ବିନୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ରିପୋର୍ଟ, ସଞ୍ଜୀବ କୁମାର ।