Monday, November 16, 2026
Home ଆଞ୍ଚଳିକ ନବବଧୂଙ୍କ ଆତ୍ମହତ୍ୟା, ସ୍ବାମୀ ଗିରଫ

ନବବଧୂଙ୍କ ଆତ୍ମହତ୍ୟା, ସ୍ବାମୀ ଗିରଫ

47

ଜଟଣୀ,୧୬/୬(ଜିଲ୍ଲା ଖବର) : ଜଟଣୀ ଥାନା ବାଲିଛକମୁଣ୍ଡିଆ ସାହି ଅଞ୍ଚଳର ସୁଜ୍ଞାନୀ ଦାସ ନାମ୍ନୀ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ତାଙ୍କ ସ୍ବାମୀ ମନ୍ଦିରା ଦାସକୁ ଗିରଫ କରିଛି। ୭ ମାସ ପୂର୍ବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଦେଓଗାଁର ସୁଜ୍ଞାନୀ ଜଟଣୀରେ ବିବାହ କରିଥିଲେ। କୌଣସି କାରଣ ବସତଃ ଶନିବାର ସୁଜ୍ଞାନୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ସୁଜ୍ଞାନୀଙ୍କ ଭାଇ ଅଜ୍ଞାନ ଦାସ ଥାନାରେ ଅଭିଯୋଗ କରିଥିଲେ । ଆତ୍ମହତ୍ୟାର ଠିକ କାରଣ ଜଣାପଡ଼ିନି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି।

ରିପୋର୍ଟ, ସଞ୍ଜୀବ କୁମାର ।