
ଚନ୍ଦ୍ରପୁର,୧୫/୬(ଜିଲ୍ଲା ଖବର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ କରୁନା ସଚେତନ ରଥ କୁ ରାୟଗଡା ଜ଼ିଲ୍ଲା ପାଳ ଶ୍ରୀ ସରୋଜ କୁମାର ମିଶ୍ର ଜ଼ିଲ୍ଲା ସ୍ତରୀୟ ସ୍ୱାଗତ କରି ଶୁଭଆରମ୍ବ କରିଥିଲେ l ଏବଂ ଜ଼ିଲ୍ଲା ର ସମସ୍ତ ବ୍ଲକ କୁ ଯାଇ ସଚେତନ କରିବାକୁ ନିର୍ଦେଶ ଦେଇଥିଲେ l ଜ଼ିଲ୍ଲା ପାଳ ଙ୍କ ନିର୍ଦେଶ କ୍ରମେ ଆଜି ଚନ୍ଦ୍ରପୁର ବ୍ଲକ ରେ କରୁନା ସଚେତନ କରିବା ନିମନ୍ତେ ସଚେତନରଥକୁ ବ୍ଲକ ଗୋଷ୍ଟୀଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗ ଡୁଙ୍ଗ ଶୁଭଆରମ୍ବ କରିଥିଲେ l ଏବଂ ଚନ୍ଦ୍ରପୁର ବ୍ଲକ ର (8)ଗୋଟି ପଞ୍ଚାୟତ ର ଡାଙ୍ଗାସୋରଡ଼ା, ପିସ୍କାପାଙ୍ଗା, ଟୁରିଗୁଡା, ହନମନ୍ତପୁର, ବୁଡୁବାଲି, ସାରାକିମା, ବିଜାପୁର ଓ ସଦର ମହକୁମା ର ବିଭିନ୍ନ ଗ୍ରାମକୁ ଯାଇ ଅଡିଓ ମାଧ୍ୟମରେ ପ୍ରଚାର କରିସଚେତନତା କରିବାନିମନ୍ତେ କୁହାଯାଇଥିଲା l
ରିପୋର୍ଟ, କୈଳାସ ମାଳାବିଶୋଇ


