Wednesday, November 11, 2026
Home ଆଞ୍ଚଳିକ ବିପଦସକୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନସ୍ଫର୍ମର

ବିପଦସକୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନସ୍ଫର୍ମର

37

ବିଷମକଟକ,୧୫/୬(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ନିକଟରେ ବିପଦସକୁଳ ଅବସ୍ଥାରେ ଏକ ବିଦ୍ୟୁତ୍ ଟ୍ରାନସ୍ ଫର୍ମର ରହିଥିବାରୁ ଗ୍ରାମ ବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।ବିଦ୍ୟୁତ୍ ଟ୍ରାନସ୍ ଫର୍ମରଟି ଗ୍ରାମ ନିକଟରେ ଥିଲେ ମଧ୍ୟ ଚତୁପାଶ୍ୱ ଆବଦ୍ଧ ନହୋଇ ମୁକୁଳା ପଡିଛି। ଫଳରେ ଗୃହ ପାଳିତ ଜୀବଜନ୍ତୁ ପଶି ବିଦ୍ୟୁତ୍ ଆଘାତରେ ଆସି ପ୍ରାଣ ହରାଇବା ସମ୍ଭାବନା ସୃଷ୍ଟି ହେଉଛି। ଟ୍ରାନସ୍ ଫର୍ମର ପାଖରେ ଘର ଗୁଡିକ ଥିବାରୁ ବିଦ୍ୟୁତ୍ ଜନିତ ଦୁର୍ଘଟଣା ଆଶଙ୍କା ରେ ଲୋକ ଜୀବନଯାପନ କରୁଛନ୍ତି।ଉକ୍ତ ଟ୍ରାନସ୍ ଫର୍ମର ଚତୁପାଶ୍ୱ ରେ ସିମେଣ୍ଟ ର ଆବଦ୍ଧି ତିଆରି କରିବାକୁ ଜନସାଧାରଣ ଦାବି କରିଛନ୍ତି। ଏନେଇ ଆମେ ବିଷମକଟକ ଇଲେକ୍ଟ୍ରିକାଲ ଏସ୍ ଡିଓ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ହାଟମୁନିଗୁଡା ସପ୍ ଷ୍ଟେସନ ର ଆବଦ୍ଧ ଅତି ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।