Thursday, November 12, 2026
Home ଆଞ୍ଚଳିକ ମୁନିଗୁଡା ପୋଲିସ ଦ୍ୱାରା ବାଇକ ସହ 22 କେଜି ଗଞ୍ଜେଇ ଯବତ, ଜଣେ ଗିରଫ

ମୁନିଗୁଡା ପୋଲିସ ଦ୍ୱାରା ବାଇକ ସହ 22 କେଜି ଗଞ୍ଜେଇ ଯବତ, ଜଣେ ଗିରଫ

68

ବିଷମକଟକ,୧୫/୬(ଜିଲ୍ଲା ଖବର) : ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ(OR 05 AU 4590)ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ ଗିରଫ କରିଛି l ଗିରଫ ଗଞ୍ଜେଇ ମାଫିଆ ଜଣକ ଗଜାକୁପୁଲି ଗା ର ଧନେଶ୍ବର ସାରକା । ଯବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଏହି ଗଞ୍ଜେଇ କୁ ଏହି ମାଫିଆ ମାନେ ଚନ୍ଦ୍ରପୁର ଥାନା ହନୁମନ୍ତପୁର ଅଞ୍ଚଳରୁ ମୁନିଗୁଡା ଆଣୁଥିବା ଜଣା ପଡିଛି ତେଣୁ ଏମାନେ କେଉଁଠି ବିକ୍ରି ପାଇଁ ଆଣୁଥିଲେ ତାହା ପୋଲିସ ତଦନ୍ତ କରୁଥିବା ବେଳେ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରିବା ସହ କେଶ ନମ୍ବର 75/21 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ସୁଜ୍ଞାନୀ ସାହୁ l

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।