Tuesday, October 13, 2026
Home ଆଞ୍ଚଳିକ ଓଡ଼ିଆ ସେନା ଜବାନଙ୍କ ମୃତ୍ୟୁ , ଗାଁ ଜନ୍ମ ମାଟିରେ ଶେଷ କୃତ୍ୟ ସମ୍ପନ୍ନ

ଓଡ଼ିଆ ସେନା ଜବାନଙ୍କ ମୃତ୍ୟୁ , ଗାଁ ଜନ୍ମ ମାଟିରେ ଶେଷ କୃତ୍ୟ ସମ୍ପନ୍ନ

24

ବାଲିଗୁଡ଼ା ,୧୫/୬{ ସୁକାନ୍ତ କୁମାର ତ୍ରିପାଠୀ } : ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପଙ୍ଗା ଗ୍ରାମପଞ୍ଚାୟତର ବାଗାରାମା ଗ୍ରାମ ଠାରେ ସମ୍ପର୍ଣ ହୋଇଛି I ଆଜି ସକାଳେ ସହିଦ ଜବାନଙ୍କ ମୃତ ଶରୀର କଳିଙ୍ଗିଆ ଠାରେ ପହଞ୍ଚି ଥିଲା I ତାପରେ ଏକ ଶୋଭାଯାତ୍ରାରେ ଘୁ. ଉଦୟଗିରି ସହର ଦେଇ ବାଗାରାମା ଗ୍ରାମକୁ ଯାଇ ଥିଲା Iନିଜ ଗ୍ରାମ ବାଗାରାମା ଠାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡ଼ୁ ଥିଲା ଅଞ୍ଚଳ I ଖବର ପ୍ରସାରିତ ହେବା ପରେ ବିଭିନ୍ନ ସ୍ଥାନରେ ଜନସାଧାରଣ ସହିଦ ଜବାନଙ୍କ ମୃତ ଶରୀର ଉପରେ ପୁଷ୍ପ ପକାଇ ଶେଷ ବିଦାୟ ଜଣାଉ ଥିଲେ Iସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ବେଳେ ଉପଜିଲ୍ଲାପାଳ ବାଲିଗୁଡ଼ା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଘୁ.ଉଦୟଗିରି, ଗୋଷ୍ଠିଉନ୍ନୟନ ଅଧିକାରୀ ରାଇକିଆଙ୍କ ସମେତ ବହୁ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସେନା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶେଷ ଦର୍ଶନ କରିଥିଲେ Iସହିଦ ଜବାନଙ୍କ ପୁଅ ମୁଖାଗ୍ନି ଦେଇ ଥିଲେ I ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଗାର୍ଡ ଅଫ ଅନର ଦିଆ ଯାଇଥିଲା I ପ୍ରାପ୍ତ ସୂଚନା ଅନୁସାରେ ସହିଦ ଜବାନ ସଞ୍ଜୟ କୁମାର ପ୍ରଧାନ ୨୦୦୭ ମସିହାରେ RR-୪୭ ବାଟାଲିଆନ ବିହାର ରେଜିମେଣ୍ଟରେ ଯୋଗ ଦେଇ ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ଥିଲେ I ଗତ ୧୩ ତାରିଖରେ କୁକପାଡ଼ା ଜିଲ୍ଲା କେଗାଁଓରେ କାର୍ଯ୍ୟରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇ ଥିଲେ Iତାଙ୍କୁ ସଂଗେ ସଂଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇ ଥିଲା I ହେଲେ ଜବାନ ସଞ୍ଜୟ କୁମାର ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରି ଥିଲେ I ସଂଗେ ସଂଗେ ସେନା କାର୍ଯ୍ୟାଳୟ ପକ୍ଷରୁ ପରିବାର ଲୋକାଙ୍କୁ ଜଣାଇ ଦିଆଯାଇ ଥିଲା I ଜବାନଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ସେନା କାର୍ଯ୍ୟାଳୟ ପକ୍ଷରୁ ଜନ୍ମ ମାଟି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବାଗାରାମା ଅଭିମୁଖେ ଅଣାଯାଇ ଥିଲା I ବର୍ତ୍ତମାନ ସହିଦ ଜବାନଙ୍କ ମାଁ, ଭାଇ, ଧର୍ମପତ୍ନୀ ଏବଂ ନ ବର୍ଷର ପୁଅ ଅଛନ୍ତି Iସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ।