
ଆସିକା ( ଜିଲ୍ଲା ଖବର ) : ସ୍ଥାନୀୟ ପ୍ରଗତି ବିଦ୍ୟା ପୀଠ, କେନ୍ଦୁପଦର, ଆସିକାଠାରେ ଆଜିର ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସମାରୋପ ସମାରୋହ କାର୍ଯ୍ୟକ୍ରମ ଶ୍ରୀ କୃତିବାସ ବାରିକ, ବିଇଓ, ଆସିକାଙ୍କ ସଭାପତିତ୍ବରେ
ମୁଖ୍ୟ ଅତିଥି ରୂପେ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା, ବିଇଓ, ଧରାକୋଟ,
ମୁଖ୍ୟ ବକ୍ତା ଶ୍ରୀ ଭାଗିରଥି ପାତ୍ର, ଏବିଇଓ, ଆସିକା,
ସମ୍ମାନୀତ ଅତିଥି ଶ୍ରୀ ଶୌରୀ ଶଙ୍କର ବେହେରା, ଯୋଗ ଦେଇଥିଲେ।
ଏହି କାର୍ଯ୍ୟ କ୍ରମର ଆଭିମୁଖ୍ୟ ଉପରେ ବିଇଓ ଆସିକା ଉପସ୍ଥାପନ କରି ଏପିଜେ ଅବଦ୍ଦୁଲ କଲାମଙ୍କ ଜୀବନୀ ତଥା ତାଙ୍କର ପିଲା ଦିନର ଅନୁଭୂତି ବଖାଣି ଥିଲେ।
ଏବିଇଓ ଧରାକୋଟ ବିଭିନ୍ନ ଅନୁଦାନକୁ ବ୍ୟବହାର କରି ଆମେ ଏହିପରି କ୍ରୀଡ଼ା ଆୟୋଜନ କରିପାରିବା ଉପରେ ମତ ରଖିଥିଲେ।
ଏବିଇଓ ଆସିକା ମୁଖ୍ୟ ବକ୍ତା ଭାବେ ଶୈକ୍ଷିକ ଓ ଅଣଶୈକ୍ଷିକ କାର୍ଯ୍ୟକ୍ରମ ଉଭୟର ଉପକାରିତା ଉପରେ ମତ ରଖିବା ସହ କ୍ରୀଡ଼ାର ଉପକାରିତା ଉପରେ ମତ ରଖି ଥିଲେ।
ମୁଖ୍ୟ ଅତିଥି ବିଇଓ ଧରାକୋଟ ତାଙ୍କର ରେଭେନ୍ସା ମହାବିଦ୍ୟାଳୟରେ ପାଠ୍ୟ ଜୀବନୀ ଉପରେ ଉଦାହରଣ ଦେଇ କ୍ରୀଡାର ମହତ୍ତ୍ଵ ବୁଝାଇ ଶୃଙ୍ଖଳା, ଯୋଗ, ବ୍ୟାୟାମ, ମାନସିକ ଚାପ ମୁକ୍ତ ହୋଇ ପାରିବେ ବୋଲି ମତ ରଖିଥିଲେ।
ସ୍ଥାନୀୟ ପ୍ରଗତି ବିଦ୍ୟା ପୀଠର ପ୍ରଧାନ ଶିକ୍ଷୟିତ୍ରୀ ପରିଶେଷରେ ଧନ୍ୟବାଦ ଅର୍ପଣ କରି ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କ୍ରୀଡ଼ା ଶିକ୍ଷକ, ପୋଲିସ ଭାଇ, ଆୟୋଜକରେ ସହାୟ ସମସ୍ତ ବର୍ଗଙ୍କୁ ଧନ୍ୟବାଦ ଦେଇଥିଲେ।
ପରିଶେଷରେ ପୁରଷ୍କାର ବିତରଣ କରାଯାଇଥିଲା।
ମଞ୍ଚ ପରିଚାଳନା ଶ୍ରୀ ସ୍ବଦେଶ ଦଳାଇ, ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ବିଶ୍ବନାଥ ସେଠୀ
ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏଠାକାର ସିଆରସିସି ନିରଞ୍ଜନ ପରିଡା
ଅନ୍ୟାନ୍ୟ ସମସ୍ତ ସିଆରସିସି, କ୍ରୀଡ଼ା ଶିକ୍ଷକ, ସ୍ଥାନୀୟ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଜନସାଧାରଣ ଛାତ୍ର ଛାତ୍ରୀ ସହଯୋଗର ହାତ ବଢ଼ାଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।



