
ବେଲଗୁଣ୍ଠା,୧୫/୬(ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହରୀ ଅତ୍ୟନ୍ତ ପ୍ରାଣଘାତୀ ସାଜିଥିବା ବେଳେ ରାଜ୍ୟର ବହୁ ଶିକ୍ଷକ ଏହାର ଶିକାର ହୋଇ ଅକାଳରେ ଝଡ଼ି ପଡିଛନ୍ତି I ଏହିପରି କରୋନାର ଶିକାର ହୋଇ ଚଳିତ ମାସ ପାଞ୍ଚ ତାରିଖରେ ପୋଲସରା ବ୍ଲକ୍ ହତୀଓଟ ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରମେଶ୍ ଚନ୍ଦ୍ର ସେଠୀଙ୍କର 39 ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିଲା I ସ୍ୱର୍ଗତ ସେଠୀ ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ ଏବଂ ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଛାତ୍ର ଛାତ୍ରୀ,ଅଭିଭାବକ ତଥା ସହକର୍ମୀଙ୍କ ଗହଣରେ ବେଶ ପରିଚିତ ଥିବାରୁ ତାଙ୍କର ଅକାଳ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଥିଲା I ରମେଶ ବିୟୋଗରେ ଜିଲ୍ଳା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ଏହି ଅବସରରେ ସଂଘ ସ୍ଵର୍ଗତ ସେଠୀଙ୍କ ପରିବାରକୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି I ଗଞ୍ଜାମ ଜିଲ୍ଳା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସଂଘ ତରଫରୁ ସ୍ଵର୍ଗତ ସେଠୀଙ୍କ ଝିଅଙ୍କୁ ଏକ ଲକ୍ଷ ଉଣେଇଶ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି I
ରିପୋର୍ଟ-ଶିବରାମ ଚୌଧୁରୀ


