
ହିଞ୍ଜିଳିକାଟୁ,୧୫/୬(ଜିଲ୍ଲା ଖବର) : ହିଂଜିଲିକାଟୁ ଲଷ୍ମୀ ବଜାର ସ୍ଥିତ ଚନ୍ଦ୍ର କଳ୍ପେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ପବିତ୍ର ଶିବ ବିବାହ ଉତ୍ସବ ଅବସରରେ ସରକାରୀ କୋଭିଡ ନିୟମ ପାଳନ ପୂର୍ବକ ନିରାଡ଼ମ୍ବର ସହକାରେ ମହା ପ୍ରଭୁ ଶିବ ଓ ଆଦି ମାତା ପାର୍ବତୀ ଙ୍କ ଦେବ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହି ମାଙ୍ଗଳିକ ଉତ୍ସବ ରେ ପ୍ରମୋଦ କୁମାର ଗନ୍ତାୟତ ଓ ଧର୍ମ ପତ୍ନୀ ଶୈଳବାଲା ଗନ୍ତାୟତ କନ୍ୟା ପିତା ରୂପେ ଓ ପୁରୋହିତ ରାମ ଚନ୍ଦ୍ର ପାଠୀ ବର ପିତା ରୂପେ ମଙ୍ଗ ଧରି କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର ପୂଜାରୀ ରଜନୀ କାନ୍ତ ପାଢ଼ୀ ,ମନ୍ଦିର କମିଟି ସଦସ୍ୟ ଓ ଶ୍ରଦ୍ଧାଳୁ ଯୋଗ ଦେଇ ଦେବ ବିବାହ କାର୍ଯ୍ୟକ୍ରମ ରେ ସହଯୋଗ କରି କାର୍ଯ୍ୟ ସମ୍ପାଦନ କରିଥିଲେ ।କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଏହି ବର୍ଷ ମହାପ୍ରଭୁ ଙ୍କ ନଗର ପରିକ୍ରମା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ରିପୋର୍ଟ, ରଜନୀକାନ୍ତ ପାତ୍ର ।


