Thursday, November 12, 2026
Home ଆଞ୍ଚଳିକ ଆବାସ ଯୋଜନା ପ୍ରହସନ , ଭଙ୍ଗାଘରେ କଟୁଛି ଦିନ

ଆବାସ ଯୋଜନା ପ୍ରହସନ , ଭଙ୍ଗାଘରେ କଟୁଛି ଦିନ

75

ହାଟମୁନିଗୁଡା,୧୫/୬(ଜିଲ୍ଲା ଖବର) : ସରକାର ଗରିବ ଗୁରୁବା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଥିବା ବେଳେ ତାହା ପ୍ରକୃତରେ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଜନପ୍ରତିନିଧି ହେଉ କିମ୍ବା ସରକାରୀ କର୍ମଚାରୀ ଙ୍କ ଉଦାସୀନତା ଏଥିପାଇଁ ଶହେ ଗୁଣରେ ଦାୟୀ। ବିଷମକଟକ ବ୍କକ୍ ଅନ୍ତର୍ଗତ ପାଇକଡାକୁଲୁ ଗୁଡା ଗ୍ରାମର ଚୈତନ୍ୟ ଗୈଡ ଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ବୟସର ଅପରାହ୍ନ ରେ ପହଞ୍ଚି ଥିବା ଚୈତନ୍ୟ ଗୈଡ ଙ୍କ ପାଇଁ ମାଟି ତିଆରି ଭଙ୍ଗା ଦଦରା ଘର ହିଁ ଆଶ୍ରସ୍ଥାଳୀ। କାନ୍ଥ ଫାଟି ମେଲା ହୋଇଛି। ବର୍ଷା ପବନ ମାଡରେ କେତେବେଳେ ଯେ ତାହା ଭୁଶୁଡି ପଡିବ ତାହା କହିହେବ ନାହିଁ। ଚୈତନ୍ୟ ଗୈଡ ଙ୍କ ପରିବାର କହିଲେ ଦୁଇ ପୁଅ ନାତୀ ନାତୁଣୀ ସହ ତାଙ୍କ ପରିବାର। ଛୋଟିଆ ଚା ଦୋକାନ ଟିଏ କରି ପରିବାର ପ୍ରତି ପୋଷଣ କରନ୍ତି। ଦିନିଏ ଖାଇଲେ ଦୁଇଦିନ ଓପାସ। ସରକାରୀ ସହାୟତା କହିଲେ ମିଳୁଥିବା ଚାଉଳ ଓ ୫୦୦ ଟଙ୍କା ଭତା ହି ତାଙ୍କର ଚଳିବାର ରାହା।ହେଲେ ସରକାରୀ ସ୍ତରରେ ସୁରକ୍ଷିତ ଘର ଟିଏ ନାହିଁ। ଦୀର୍ଘ ୫ ବର୍ଷ ରୂ ଉର୍ଦ୍ଧ ହେବ ବିଷମକଟକ ବ୍କକ୍ କୁ ଯାଇ ନିରାଶ ହୋଇ ଫେରି ଛନ୍ତି ଚୈତନ୍ୟ। ତେଣୁ ତୁରନ୍ତ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।