
ମୂନୀଗୁଡା,୧୪/୬(ଜିଲ୍ଲା ଖଵର) : ଗତ ରାତିରେ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଗାଁ ଅଞ୍ଚଳରେ ଏକ ହାତୀ ପଲ୍ଲ ଆସି ଗାଁ ନିକରେ ଥିବା 2 ଟି ଘର ଭାଙ୍ଗିଦେବା ସହ ସୋଲାର ପ୍ଲେଟ , ସପୁରୀ, କଦଳୀ ଓ ଆମ୍ବ ଗଛ ସବୁ ସଷ୍ଟ କରିଦେଇଛନ୍ତି. ବର୍ତ୍ତମାନ ନିକଟ ନିୟମଗିରୀ ପାହାଡ ରେ ସେହି ହାତୀ ପଲ ଥିବା ଜଣା ପଡିଛି I ଏହି ହାତୀ ପଲ୍ଲରେ 3 ଦନ୍ତା ହାତୀ ସହ 13 ଟି ହାତୀ ଥିବା ଜଣାପଡିଛି, ଏହି ହାତୀ ପଲ ରାତି 9ରୁ 10 ଟା ମଧ୍ୟରେ ଆସିଥିବା ଗ୍ରାମବାସୀ କହିଛନ୍ତି, ଏଥିରୁ ଅଳ୍ପକେ ବଞ୍ଚିଯାଇଛନ୍ତି ଯୋଶୋଦା ସାହୁ ସେ ତାଙ୍କ ଘରେ ଶୋଇ ଥିବା ବେଳେ ହାତୀ ପଲ ଆସି ତାଙ୍କ ଘର ଭାଙ୍ଗି ଦେବା ସହ ଘରର ଆସବାବ ପତ୍ର ନଷ୍ଟ କରି ଦେଇଥିଲେ ହାତୀକୁ ଦେଖି ଯୋଶଦା ବେହୋଶ ହୋଇ ଯାଇଥିଲେ, କିନ୍ତୁ ହାତି ମାନେ ଯୋଶଦାଙ୍କ କିଛି କ୍ଷତି କରିନାହାନ୍ତି I ଖବର ପାଇ ମୁନିଗୁଡା ରେଞ୍ଦର ଙ୍କ ନିର୍ଦ୍ଧେଶ କ୍ରମେ ଆଜି ବନ ବିଭାଗର ଅଧିକାରୀ ମାନେ ଗାଁ ରେ ପହଞ୍ଚି ଲୋକଙ୍କ ତଥ୍ୟ ସଂଗ୍ରହ କରିଥିବା ବେଳେ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବବୋଲି କହିଛନ୍ତି ଫରେଷ୍ଚର୍ I ଏପଟେ ହାତୀ ପଲକୁ ଦେଖି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି I
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।


