Saturday, November 14, 2026
Home ଆଞ୍ଚଳିକ ଭାରସାମ୍ୟ ହରାଇ ଦୁଇକାର ମଧ୍ୟରେ ଧକ୍କା

ଭାରସାମ୍ୟ ହରାଇ ଦୁଇକାର ମଧ୍ୟରେ ଧକ୍କା

109

ଜଟଣୀ ,୧୪/୬(ଜିଲ୍ଲା ଖବର) : ମ୍ୟୁନିସିପାଲିଟି ଛକଠାରେ ଦୁଇ କାରମଧ୍ୟରେ ଭାରସାମ୍ୟ ହରାଇ ଧକ୍କା ହେବା ଫଳରେ ଏଥିରେ ଜଣେ ମହିଳା ଗୁରୁତର ହୋଇଥିବା ସୁଚନା ମିଳିଛି । ମହିଳା ବସିଥିବା କାରଟି ରାସ୍ତା ଓପରେ ଓଲଟି ଯାଇଥିବା ବେଳେ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଅନ୍ୟ କାରଟିକୁ ପୁଲିସ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି । ସୁଚନାନୁସାରେ, ଜଟଣୀ ମ୍ୟୁନିସିପାଲିଟି ଛକ ଦେଇ ରାମଚନ୍ଦ୍ରପୁରରୁ (ଓଆର୦୨ୱାଇ ୯୫୧୪) ବିଶିଷ୍ଟ ଏକ ମାରୁତି-୮୦୦ କାର ସୀତାରାମ ଛକ ଆଡକୁ ଯାଉଥିଲା । ଯିବା ବାଟରେ ମ୍ୟୁନିସିପାଲିଟି ଛକଠାରେ କାରଟିକୁ ଡାହାଣ ଦିଗକୁ ବୁଲାଉଥିବା ବେଳେ ଖୋର୍ଦ୍ଧାପକ୍ଷରୁ ଦ୍ରୁତଗତିରେ ଆସୁଥିବା (ଓଡି୦୨ବିଏଲ ୪୪୩୫) ବିଶିଷ୍ଟ ଏକ ମାରୁତି ଡିଜାୟର କାରଟି ଧକ୍କା ଦେଇଥିଲା । ଫଳରେ ମାରୁତି-୮୦୦କାରଟି ଛିଟିକି ପଡିଥିଲା । ମାତ୍ର ଏହି କାରରେ ବସିଥିବା ୨ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତଲାଗି ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତକାରିଙ୍କୁ ଉଦ୍ଧାରକରି ପ୍ରଥମେ ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୂବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ କାରଟିକୁ ପୁଲିସ ଥାନାରେ ଅଟକରଖି ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡିଜାୟର କାରଟି କୈାଣସି ଏକ ଟେଲିକମ କମ୍ପାନୀରେ ନିୟୋଜିତ ହୋଇଥିବା ବେଳେ ଏହାର ପ୍ରଦ୍ୟୁଷଣ ପତ୍ର ନଥିବା ସହିତ ଆଉ ୪ଦିନ ମଧ୍ୟରେ ବିମା ଅବଧୀ ସରିବ । ସେହିପରି ଦୁର୍ଘଟଣାଗ୍ରସ୍ତ ଅନ୍ୟ ମାରୁତି-୮୦୦କାରଟିର ପ୍ରଦ୍ୟୁଷଣ ପତ୍ର ଅବଧୀ ମାର୍ଚ୍ଚ ୯ ତାରିଖରୁ ସରିଯାଇଛି ।

ରିପୋର୍ଟ, ସଞ୍ଜୀବ କୁମାର