
ବିଷମକଟକ,୧୪/୬(ଜିଲ୍ଲା ଖବର) : ଆଜି ହେଉଛି ପହଲି ରଜ।ଏହି ଦିନରେ କୁଆଁରୀ ଝିଅ ମାନେ ସଜବାଜ ହୋଇ ଦୋଳି ଖେଳିବା ସହ ଜନ ସାଧାରଣ ମଧ୍ୟ ଏହି ରଜ ର ମଜା ନେଇଥାନ୍ତି।ଚଳିତ ବର୍ଷ କରନା ର ଚେନ ଭାଙ୍ଗିବା ପାଇଁ ସରକାର ଙ୍କ କରୋନା କଟକଣା ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟରେ କିଛି କୁଆଁରି ଝିଅ ମାନେ ରଜ ମଉଜ ର ମଜା ନେଉଥିବା ଦେଖିବାକୁ ମିଳିଛି। ଆଜି ହାଟମୁନିଗୁଡା ଅଂଚଳରେ କାଁ ଭାଁ କିଛି ପରିବାରର ଝିଅ ମାନେ ପୋଡ଼ ପିଠା ଖାଇ ଝିପି ଝିପି ବର୍ଷା ରେ ଭିଜି କରୋନା କଟକଣା ମଧ୍ୟରେ ଦୋଳି ର ମଜା ନେଉଥିବା ବେଳେ ଗଛ ଡାଳରେ ବନ୍ଧା ଯାଇଥିବା ଦୋଳିର କଟ କଟ ଶବ୍ଦ ସାଙ୍ଗକୁ ରଜ ପାନ ଖାଇ ବନସ୍ତେ ଡାକିଲା ଗଜ ବରଷ କେ ଥରେ ଆସିଛି ରଜ ଆସିଛି ରଜଲୋ ଘେନି ନୂଆ ସଜବାଜ ର ପାରମ୍ପରିକ ସଙ୍ଗୀତ ଲୋକଙ୍କ ମନ ମୋହିଛି।ମୋଟା ମୋଟୀ ଉପରେ କହିବାକୁ ଗଲେ ଚଳିତ ବର୍ଷ ର ରଜ ଲୋକଙ୍କ ମନ ଭିତରେ ଆନନ୍ଦ ପରିବର୍ତେ ବିଷାଦ ଭରିଦେଇଛି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।



