Wednesday, October 14, 2026
Home ଆଞ୍ଚଳିକ ମାଗଣା ଚକ୍ଷୁ ଚିକିତ୍ସା ଶିବିର.

ମାଗଣା ଚକ୍ଷୁ ଚିକିତ୍ସା ଶିବିର.

40

ଆସିକା (ଜିଲ୍ଲା ଖବର) 22-10-19 ରିଖ ମଙ୍ଗଳବାର ଦିନ କନିଆରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିଛା ସିବୀର ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତଦୁଇ ଜାତୀୟ ସେବା ଯୋଜନା ଓ ଶଙ୍କର ଚକ୍ଷୁ ଚିକିଛାଳୟ ସହାୟତା ରେ ଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମ ଟିକୁ ଏନ ଏସ ଏସ ଏସ ର ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଶଙ୍କର ଚିକିଛାଳୟ ର କର୍ମଚାରୀ ନଳନି କାନ୍ତ ରାଉତ, ଭଗବାନ ପଣ୍ଡା, ଆସିସ ସାହୁ, ଲିଜାରାଣୀ ସେଠି, ଶ୍ରୀମୁଖି ସେଠି ଚିକିଛା ଓ ପରୀକ୍ଷା ରେ ସହଯୋଗ କରିଥିଲେ. ଏହି ସିବିର ରେ କନିଆରି, ସୁବଳୟା, ତେନ୍ତୁଳିୟା, ସାମନ୍ତରାପଲି, ମଧୁରଯୋଳ, କୁସପଲି ଇତ୍ୟାଦି ପାଖାପାଖି ବହୁତ ଗ୍ରାମର 114 ଜଣ ରୋଗୀ ଅଂଶ ଗ୍ରହଣ କରି ଚକ୍ଷୁ ପରୀକ୍ଷା କରିଥିଲେ. ସେଥିମଧ୍ୟରୁ 47 ଜଣଙ୍କୁ କଳା ଚଷମା ଦିଆ ଯାଇଥିଲା ଓ ଆଖିର ପରଳ ଚିକିଛା ନିମନ୍ତେ 33 ରୋଗୀଙ୍କୁ ଶଙ୍କର ଚିକିଛାଳୟ କୁ ବସ ସାହାର୍ଯ୍ୟ ରେ ନିଆଯାଇଥିଲା. ଅନ୍ୟ ରୋଗୀଙ୍କୁ ଔଷଧ ଦେଇ ଫେରେଇ ଦିଆଗଲା. କାର୍ଯ୍ୟକ୍ରମ ରେ ଜାତୀୟ ସେବା ଯୋଜନା ର ସେଛାସେବି ଲଳିତ କୁମାର ଜେନା, ଅଜିତ କୁମାର ସାହୁ, ଆଲୋକ କୁମାର ପ୍ରଧାନ, କାଁହୁ ଚରଣ ପ୍ରଧାନ, ସାଗର ପ୍ରଧାନ, ମୁକେସ କୁମାର ସାହୁ, ସିସିର ପ୍ରଧାନ ସହିତ ଗ୍ରାମର ଯୁବକ ସଂଘ ର ସମସ୍ତ ସଭ୍ୟ ତଥା ରବୀନ୍ଦ୍ର ନାୟକ, କାଳି ଚରଣ ସାହୁ, ମିଥୁନ କୁମାର ପ୍ରଧାନ, ବିନାୟକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ସମ୍ପୂର୍ଣ ସଫଳ କରିବା ରେ ଯଥାସାଧ୍ୟ ସହଯୋଗ କରିଥିଲେ.