Wednesday, November 11, 2026
Home ଆଞ୍ଚଳିକ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ୭୦ ବର୍ଷୀୟ ବୃଦ୍ଧ

ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ୭୦ ବର୍ଷୀୟ ବୃଦ୍ଧ

112

ବିଷମକଟକ ,୧୪/୬(ଜିଲ୍ଲା ଖବର) : ପୃଥିବୀ ରେ ମନୁଷ୍ୟ କୁ ବଞ୍ଚିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବାକୁ ପଡିଥାଏ । ଜଙ୍ଗଲ ରେ ଥିବା ବୃକ୍ଷ ଲତା ଜୀବଜଗତ କୁ ଅକ୍ସୀଜେନ ଠାରୁ ଆରମ୍ଭ କରି ଫଳ, ପୁସ୍କ , ଜାଳେଣି କାଠ ଇତ୍ୟାଦି ଯୋଗାଇ ଦେଇଥାଏ।ଏପରିକି କିଛି ଔଷଧୀୟ ବୃକ୍ଷ ଯୋଗୁଁ ନାନା ପ୍ରକାର ରୋଗରୁ ମୁକ୍ତ ହୋଇଥାନ୍ତି ମନୁଷ୍ୟ ସମାଜ। କିନ୍ତୁ କିଛି ସ୍ୱାର୍ଥପର ଲୋକମାନଙ୍କ ପାଇଁ ଜଗଲ ରେ ଥିବା ଗଛ ଲତା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି।ଜଙ୍ଗଲ ର ସୁରକ୍ଷା ପାଇଁ ବନ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ମାନ ଦାୟିତ୍ୱ ନେଇଥିବା ବେଳେ ଜଙ୍ଗଲ କୁ ସୁରକ୍ଷା ଦେବାରେ ସଫଳ ହୋଇ ପାରିନାହାନ୍ତି।ଏହି ଭଳି ସ୍ୱାର୍ଥପର ଦୁନିଆରେ ନିଜର ସ୍ୱାର୍ଥ ସାଧନ ପାଇଁ କିଛି ସ୍ୱାର୍ଥ ପର ଲୋକମାନେ ଜଙ୍ଗଲ ନଷ୍ଟ କରୁଥିବା ବେଳେ ରାୟଗଡା ଜିଲ୍ଲା ହାଟମୁନିଗୁଡା ଗ୍ରାମର ବୁଦ୍ଧିଆ ସେଠି ଅଞ୍ଚଳ ରେ ବୃକ୍ଷ ରୋପଣ କରି ଚର୍ଚ୍ଚାରେ। ବୁଦ୍ଧିଆ ସେଠି ବୟସ ୭୦ ସ୍ତ୍ରୀ ସୁସିଳା ସେଠି ଙ୍କୁ ନେଇ ଲୁଣ ତେଲ ର ସଂସାର ପଞ୍ଚାୟତ ରୁ ଦୁଇ ଜଣଙ୍କୁ ମିଳିଥାଏ୧୦ କିଲୋ ଚାଉଳ ୫୦୦ ଟଙ୍କା ଭତା ରେ ଦିନେ ଖାଇଲେ ଓଳିଏ ଉପାସ ରହି ପରିବାର ଖୁସିରେ ଚଳି ଯାଆନ୍ତି। ପରିବାର ଚଳାଇବା ଭିତରେ ବୁଦ୍ଧିଆଙ୍କ ନିଶା ଗଛ ଲଗାଇବା ଏବଂ ଗଛ ବଡ଼ ହେବାଯାଏ ତାହାର ଯତ୍ନ ନେବା। ଆଜକୁ ୪୦ ବର୍ଷ ଧରି ବିଭିନ୍ନ ଜାଗାରେ ଗଛ ଲଗାଇ କୁତ୍ରିମ ଜଙ୍ଗଲ ସୃଷ୍ଟି କରିଛନ୍ତି ସେ। ସେ ଲଗାଇଥିବା ଗଛ ମୂଳେ ଆଜିବି ସହ ସହ ଲୋକ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ବୟସ ର ଅପରାହ୍ନ ରେ ପହଁଞ୍ଚି ଥିଲେ ମଧ୍ୟ ଆଜିବି ଗଛ ଲଗାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୁଦ୍ଧିଆ। ଯଦି ଏହି ପରିବାରକୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ଯୋଗାଇ ବୁଦ୍ଧିଆ କୁ ସରକାରୀ ସ୍ତରରେ ପୁରସ୍କୃତ କରାଇବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।