Tuesday, October 13, 2026
Home ଆଞ୍ଚଳିକ ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବକୁ ପରିବର୍ତ୍ତନ କରାଯାଇ ପାରେ...

ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବକୁ ପରିବର୍ତ୍ତନ କରାଯାଇ ପାରେ ୟୁଥ୍ ଅଫ କନ୍ଧମାଳ

42

ବାଲିଗୁଡା,୧୪/୬{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଗତ କାଲି ଆମେ ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତ ରେ ଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ , ତିନୋଟି ଗାଁ ର ସୁବିଧା ଅସୁବିଧା ବୁଝି ଯାଇଥିଲୁ। ସବୁ ଅସୁବିଧା ଭିତରୁ ପେଟର ଭୋକ କୌଣସି ବି ଉପାୟରେ ଭରି ଯାଉଛି କିନ୍ତୁ ଶିକ୍ଷାର ଭୋକ କେହି ମେଣ୍ଟାଇ ପାରୁନାହାନ୍ତି।ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ: ୟୁଥ୍ ଅଫ କନ୍ଧମାଳ ଯାହା କରୋନା ଯୋଗୁଁ ବେଶି କ୍ଷତିଗ୍ରସ୍ତ , ଦୁଃଖ ର ବିଷୟ ଯେ ପିଲାଙ୍କୁ ଖୋଜିଲା ବେଳକୁ ସବୁ ପିଲା କେହି ଘରେ ହିଁ ନଥିଲେ ସବୁ ଜଙ୍ଗଲ କୁ ଆମ୍ବ ଓ ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ପାଇଁ ଯାଇଥିଲେ। ସେ ଅସୁବିଧା କୁ ଦେଖି ଆଜି ଆମେ ୟୁଥ୍ ଅଫ କନ୍ଧମାଳ ର କିଛି ଯୁବ ବନ୍ଧୁ ଉକ୍ତ ଗାଁ ରେ କରୋନା ସଚେତନତା , ମାସ୍କ ବଣ୍ଟନ ସହ କରୋନା ମହାମାରୀ ଯୋଗୁ ଶିକ୍ଷା ବାତାବରଣ ରୁ ଦୂରକୁ ଚାଲିଯାଇଥିବା ଗାଁ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସାମାଜିକ ଦୂରତା ବଜାୟ ରଖି ଆମ୍ଭେ ପାଠ ପଢ଼ାଇଥିଲୁ।
ଏବଂ ଏହି କାର୍ଯ୍ୟ ଆଗାମୀ ଦିନରେ ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁ ରେ ପାଠ ପଢ଼ାଇବା ଯୋଜନା ରହିଛି। ଆଜିର କାର୍ଯକ୍ରମ ୟୁଥ୍ ଅଫ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ, ସିଦ୍ଧାର୍ଥ ନାୟକ ଭାଇ ଙ୍କ ଅବଦାନ ତଥା ବିବେକ ଭାଇ, ସୋମ୍ୟାଜିତ୍ ତ୍ରିପାଠୀ,ଶିବ ସୁନ୍ଦର ସାହୁ, ଲଳିତ ପ୍ରଧାନ ଙ୍କ ବଳିଷ୍ଠ ଯୋଗଦାନ ରେ ସଫଳ ହୋଇପାରିଛି।ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ|