
ଚନ୍ଦ୍ରପୁର,୧୩/୬ (କୈଳାସ ମାଳବିଶୋଇ) : ବୃଦ୍ଧ ପିତା ମାତା ଆତ୍ମୀୟ ସ୍ଵଜନ ଆଜି ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି।କେଉଁଠି ପରିବାର ମଧ୍ୟରେ ସେମାନଙ୍କୁ ନିର୍ଯ୍ୟାତନା ମିଳୁଛି ତ କେଉଁଠି ସେମାନଙ୍କୁ ଘରୁ ବାହାର କରିଦେଉଥିବାର ଅତି ମର୍ମଷ୍ପର୍ଶୀ ଖବର ଶୁଣିବାକୁ ମିଳୁଛି।ଏବେ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ସମ୍ମାନ ନାହିଁ କି ପରିବାରରେ ସେବା,ସମ୍ମାନ ଓ ଯତ୍ନ ନାହିଁ।ଏହିଭଳି ଏକ ଲୋମଟାଙ୍କୁରା ଖବର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାରେ ଥିବା ହସ୍ପିଟାଲରେ।ଘଟଣାଟି ଘଟିଛି ରାୟଗଡାଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଦୁବାଲି ପଞ୍ଚାୟତ ଜାରାପା ଗ୍ରାମରେ ଶ୍ରୀ ଋତୁ ମୁଣ୍ଡା ବୟସ (50)ଙ୍କ ଦେହ ଅସୁସ୍ୱ ଥିବାରୁ ଗତ। 9/6/21 ତାରିଖରେ ।କେଇଜଣ ଲୋକ ତାଙ୍କୁ ଚନ୍ଦ୍ରପୁର ମେଡିକାଳରେ ଚିକିତ୍ସା ପାଇଁ ପହଞ୍ଚାଇ ଦେଇଥିଲେ ମେଡିକାଲ ପହଞ୍ଚିବାପରେ ଡାକ୍ତର ଶ୍ରୀ ଅଭିଷେକ ନାୟକ ତାଙ୍କୁ ଚିକିତ୍ସା କରିଥିଲେ l ଚିକିତ୍ସା ସମୟ ରେ ଡାକ୍ତରଶ୍ରୀ ନାୟକ ତାଙ୍କୁ BP 129/135 ଥିବାଯୋଗୁ ସେ ପଡି ମୁଣ୍ଡରେ ତାଙ୍କର ଭେନ ଜାମ ହୋଇଛି ଏବଂ PR 72,RBS127,MP ନେଗେଟିଭଅଛି ତୁମେମାନେ ତାଙ୍କୁ ଗୁଣୁପୁର ଅଧିକ ଚିକିତ୍ସା ପାଇଁ ନେଇଯିବାକୁ କହିଥିଲେ ଡାକ୍ତର କହିବା କଥା ଶୁଣିବା ପରେ ବୃଦ୍ଧା ଙ୍କୁ ଛାଡି ଛୁ ମାରିଛନ୍ତି।


