
ଶେରଗଡ,୧୩/୬(ଜିଲ୍ଲା ଖବର) : ରବିବାର ଦିନ ପାତ୍ରପୁର ବ୍ଲକ ଅନ୍ତର୍ଗତ ତୁରୁବୁଡି ପଞ୍ଚାୟତ ର ବାଉଳିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ପାଳନ ଅବସରରେ ସେବା ସପ୍ତାହ କାର୍ଯ୍ୟକ୍ରମ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚିକିଟି ନିର୍ବାଚନ ମଣ୍ଡଳୀ ଭାଜପା ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି… ଏହି କାର୍ଯ୍ୟକ୍ରମ କୁ ବାଉଳିଆ ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ରାଜଶ୍ରୀ ବଳାସୀ ଓଡ଼ିଆ ସମାଜର ସୁରଙ୍ଗୀ ମଣ୍ଡଳ ର ସଭାପତି ଶ୍ରୀ ଯୁଧିଷ୍ଟିର ସାହୁ ଉଦଘାଟନ କରିଥିଲେ… ଏହି ଶିବିରରେ ତିନି ମହିଳାଙ୍କ ସମେତ ମୋଟ 78 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା… ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସୁରଙ୍ଗୀ ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ, G. ଭାରତୀ, ଦେବଦତ୍ତ ପଣ୍ଡା, ସଞ୍ଜୟ ମହାନ୍ତି, କରୁଣାକର ପ୍ରଧାନ ନିରଞ୍ଜନ ସାହୁ ଅନାଦି ସାହୁ, ଅଲେଖ ଗୌଡ, ସୀମାଞ୍ଚଳ ଗୌଡ଼ ନୀଳାଞ୍ଚଳ ଦାସ ସହ ବହୁ କର୍ମୀ ଉପସ୍ଥିତ ଥିଲେ.. ଏହି କାର୍ଯ୍ୟକ୍ରମ କୁ ରଞ୍ଜନ ସାହୁ, ଭଗବାନ ସାହୁ, କାଳୁ ଚରଣ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ରଙ୍କ ନିଧି ସାହୁ, ପ୍ରଶାନ୍ତ ସାହୁ, ରବିନ୍ଦ୍ର ସାହୁ, ଗୁଲସନ୍ ମହାନ୍ତି, ଲିଟୁ ସାହୁ, ପୂର୍ଣ୍ଣଚନ୍ଦ୍ର କୁଣ୍ଡ, ସୁଦାମ ସାହୁ, ଧନୁ ସାହୁ, ସମୀର ଯାଦବ, ନରେନ୍ଦ୍ର ସେଠୀ, ସନ୍ତୋଷ ବେହେରା, ପ୍ରତାପ ଚନ୍ଦ୍ର ସାହୁ, ଶିବ ପ୍ରସାଦ ସାହୁ, କୈଳାସ ସାହୁ ଓ ଦୁର୍ଗାମାଧବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ… Mkcg, ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା, ଡମ୍ବରୁ ବାହାଦୁର କାରକି ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ ।
ରିପୋର୍ଟ, ଅଖିଲ କୁମାର ପଟ୍ଟନାୟକ


