
କବିସୂର୍ଯ୍ୟ ନଗର,୧୩/୬(ଜିଲ୍ଲା ଖବର) : ନନ୍ଦୀଆ ଗଡା କ୍ଲଷ୍ଟର ର ସିନ୍ଦୁରିଆପଡା ରେ ଜନ୍ମିତ ଇ ଡେଙ୍ଗା ପଦର ପ୍ରକଳ୍ପ ଉ ପ୍ରା ବିଦ୍ୟାଳୟ ର ମେଳପି, ସ୍ନେହୀ,ସମାଜସେବୀ, କର୍ତ୍ତବ୍ୟ ନିଷ୍ଟ, ସର୍ବ ଗୁଣ ସମ୍ପନ୍ନ, ଆଦର୍ଶ ଶିକ୍ଷକ କରୋନା ରୋଗୀ ଙ୍କ ସେବା କରୁ କରୁ ଅକାଳ ରେ ଝଡିଗଲେ କରୋନା ଯୋଧା ଶିକ୍ଷକ ଯୁବକ ରତ୍ନ ସ୍ୱାଇଁ । ମାନବ ସେବା ହିଁ ମାଧବ ସେବା ରେ ବ୍ରତୀ ଥିଲେ। ତାଙ୍କର ମିଷ୍ଟଭାଷୀ ବ୍ୟବହାର ରେ ସୁସ୍ଥ ଅନୁଭବ କରୁଥିଲେ କରୋନା ରୋଗୀ। କରୋନା କବଳ ରୁ ଏ ଜାତିକୁ ସୁରକ୍ଷା ଦେବାଲାଗି ଅହରହ ସଂଗ୍ରାମ ରତ ଥିଲେ । ଏ ଜାତି ର ସେବା କରୁ କରୁ ଶେଫ।ଳୀ କୁସୁମ ଭଳି ଅକାଳ ରେ ଝଡ଼ିଗଲେ ସ୍ବର୍ଗତ ଯୁବକ ରତ୍ନ ସାର୍ । ତାଙ୍କରି ଯୁବ ସୁଲଭ ବ୍ୟବହାର, କର୍ତ୍ତବ୍ୟବୋଧ, ସମୟା ନୁବର୍ତ୍ତୀ, ସାମାଜିକ ଦାୟିତ୍ଵ ବୋଧ, ଆଦର୍ଶ ଶିକ୍ଷକ ଙ୍କ ମୃତ୍ୟୁ ରେ ଶୋକ ର ଛାୟା ଏହି ଅଞ୍ଚଳ ରେ ଖେଳି ଯାଇଛି। ସ୍ୱର୍ଗୀୟ ଶିକ୍ଷକ ଙ୍କ ମୃତ୍ୟୁ ରେ ନନ୍ଦିଆଗଡା କ୍ଲଷ୍ଟର୍ ର ଶିକ୍ଷକ, ଶିକ୍ଷୟୀତ୍ରି ଙ୍କ ତରଫରୁ ୨୧୦୦୦/ଟଙ୍କା,ଓ ପୁରାତନ ଛାତ୍ର ଛାତ୍ରୀ ଙ୍କ ତରଫରୁ ୧୦୦୦୦୦/(ଏକଲକ୍ଷ ଟଙ୍କା) ମୋଟ ଏକ ଲକ୍ଷ ଏକୋଇଶି ହଜାର ଟଙ୍କା ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋରଚାନ୍ଦ୍ ରେଡ୍ଡୀ,ସି ଆର ସି ରାଜେଶ କୁମାର ମହାରଣା, ଏ. ବି. ଇ.ଓ.ଶ୍ରୀ ନିରଞ୍ଜନ ସାହୁ, ଶ୍ରୀମତୀ ବିଷ୍ଣୁ ପ୍ରିୟା ନାୟକ, ଏବଂ ପୁରାତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ବନ୍ଧୁ ମାନେ ସିନ୍ଦୁରିଆ ପଡ଼ା ଗ୍ରାମ ର ସ୍ୱର୍ଗୀୟ ଶିକ୍ଷକ ଙ୍କ ଶୋକ ସନ୍ତପ୍ତ ପରିବାର କୁ ସାନ୍ତ୍ଵନା ଦେବା ସହ ଏକ ଲକ୍ଷ ଏକୋଇଶି ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଗଲା।




